ଲଖିମପୁର ଖେରି ମାମଲା : ଉତ୍ତରପ୍ରଦେଶ ସରକାରଙ୍କୁ ଷ୍ଟାଟସ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ,ଶୁକ୍ରବାର ଶୁଣାଣି

Singhu Border Dalit Murder Case, Petition Filed Supreme Court

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଲଖିମପୁର ଖେରି ମାମଲାକୁ ନିଜ ତରଫରୁ ବିଚାର ପାଇଁ ଗ୍ରହଣ କରି ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଷ୍ଟାଟସ ରିପୋର୍ଟ ଦେବାକୁ କହିଛନ୍ତି । ଷ୍ଟାଟସ ରିପୋର୍ଟ ମିଳିବା ପରେ ଶୁକ୍ରବାର ମାମଲାର ପରବର୍ତ୍ତି ଶୁଣାଣି ହେବ । ପ୍ରଧାନ ବିଚାରପତି ଏନଭି ରମଣ,ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ହିମା କୋହଲିଙ୍କ ଖଣ୍ଡପୀଠ ଉତ୍ତରପ୍ରଦେଶ ସରକାରଙ୍କୁ ମାମଲାର ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି ।


ପ୍ରଧାନ ବିଚାରପତି ମାମଲାର ଶୁଣାଣି କରି କହିଥିଲେ ଯେ, ଦୁଇ ଜଣ ଓକିଲ ତାଙ୍କୁ ଏହି ପ୍ରସଙ୍ଗକୁ ନେଇ ପତ୍ର ଲେଖିଥିଲେ । ପତ୍ର ଲେଖିଥିବା ଓକିଲଙ୍କ ନାମ ହେଉଛି ଶିବକୁମାର ତ୍ରିପାଠୀ ଓ ସିଏସ ପଣ୍ଡା । ପ୍ରଧାନ ବିଚାରପତି ଦୁଇ ଓକିଲଙ୍କୁ ଅଦଲାତକୁ ଡାକିବା ପାଇଁ କହିଥିଲେ । ଓକିଲ ଶିବ କୁମାର କହିଥିଲେ ଯେ,ସେଠାରେ ମାନବାଧିକାର ଉଲ୍ଲଂଘନ ହୋଇଛି ଓ ୟୁପି ସରକାର ଠିକ୍ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି ।

UP Assembly Elction 2022 BJP Yogi Adityanath Govt Trying To Damage Control

ଅନ୍ୟପକ୍ଷରେ ପ୍ରଧାନ ବିଚାରପତି ୟୁପି ସରକାରଙ୍କ ଓକିଲଙ୍କୁ,ପୁରା ମାମଲାରେ ସରକାର କ’ଣ ପଦକ୍ଷେପ ନେଇଛନ୍ତି ବୋଲି ପଚାରି ଥିଲେ । ରାଜ୍ୟ ସରକାର ଘଟଣାର ତଦନ୍ତ ପାଇଁ ଦୁଇ ଜଣ ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ କମିଟି ଗଠନ କରିଛନ୍ତି ବୋଲି ୟୁପି ସରକାରଙ୍କ ଓକିଲ ଉତ୍ତର ରଖିଥିଲେ । ୟୁପି ସରକାରଙ୍କ ଓକିଲଙ୍କ ଉତ୍ତର ପରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ କହିଥିଲେ । ଷ୍ଟାଟସ ରିପୋର୍ଟରେ କେତେ ଜଣଙ୍କ ବିରୋଧରେ ଏଫଆଇଆର ଦାଏର ହୋଇଛି ଓ କେତେ ଜଣ ଗିରଫ ହୋଇଛନ୍ତି ସେ ସମ୍ପର୍କରେ ଉଲ୍ଲେଖ କରିବାକୁ କୁହାଯାଇଛି ।

ସୁପ୍ରିମକୋର୍ଟ ୟୁପି ସରକାରଙ୍କ ପଚାରିଛନ୍ତି ଯେ, ୪ ଜଣ କୃଷକ,ଜଣେ ସମ୍ବାଦିକଙ୍କ ସମେତ ମୋଟ ୮ ଜଣଙ୍କ ହତ୍ୟାହୋଇଛି । ଆମେ ଜାଣିବାକୁ ଚାହୁଁଛୁ ଯେ, ଏହି ମାମଲାରେ ଅଭିଯୁକ୍ତ କିଏ ଓ ତାଙ୍କୁ ଗିରଫ କରା ଗଲାଣି କି ନାହିଁ । ଏହା ସହିତ ସୁପ୍ରିମକୋର୍ଟ ଜଣେ ମୃତକ ଲଭପ୍ରିତଙ୍କ ରୁଗଣ ମା’ଙ୍କ ଚିକିତ୍ସା ରାଜ୍ୟ ସରକାର କରନ୍ତୁ ବୋଲି କହିଛନ୍ତି । ଏନେଇ ୟୁପି ସରକାର ଆସନ୍ତାକାଲି ସର୍ବୋଚ୍ଚ ଅଦାଲତଙ୍କୁ ସୂଚିତ କରିବେ ।

Leave a Reply