spot_img

Latest Posts

ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନେଇ ଶୁଣାଣିକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ: ମେ’ ୩୧ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନେଇ ଦାୟର ଯାଚିକର ଶୁଣାଣିକୁ ସ୍ଥଗିତ ରଖିଲେ ମାନ୍ୟବର ସୁପ୍ରିମକୋର୍ଟ । କେନ୍ଦ୍ର ସରକାର ଖୁବ୍‌ ଶୀଘ୍ର ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନେଇ ନିଷ୍ପତ୍ତି ଗ୍ରହଣ କରି ପାରନ୍ତି ବୋଲି ଜାଣିବା ପରେ ୨୦୨୧ ‘ସିବିଏସ୍‌ଇ’ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ କରାଇବା ନିମନ୍ତେ ଦାଖଲ ହୋଇଥିବା ଆବେଦନର ଶୁଣାଣିକୁ ଆଜି ସୁପ୍ରିମ୍‌ କୋର୍ଟ ସ୍ଥଗିତ ରଖିଛନ୍ତି । ତଥାପି ମେ’ ୩୧ ତାରିଖ ଦିନ ଉକ୍ତ ଆବେଦନର ଶୁଣାଣି ପାଇଁ ସୁପ୍ରିମ୍ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।

ସାରା ଦେଶରେ କରୋନାର ଦ୍ୱିତୀୟ ପ୍ରବାହ ଦ୍ରୁତଗତି ବଢ଼ି ଚାଲିଥିବା ବେଳେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଇବା କାରଣରୁ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ କରିବା ଲାଗି ସରକାରଙ୍କୁ ନିର୍ଦେଶ ଦେବା ପାଇଁ ଦାଖଲ ହୋଇଥିବା ଆବେଦନର ମେ ୩୧ ତାରିଖ ଦିନ ଶୁଣାଣି କରିବେ ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି। ବିଚାରପତି ଏ. ଏମ୍‌. ଖାନୱିଲ୍‌କର୍‌ ଏବଂ ଦିନେଶ ମାହେଶ୍ବରୀଙ୍କୁ ନେଇ ଗଠିତ ଖଣ୍ଡପୀଠକୁ ଏହି ଆବେଦନ ଶୁଣାଣି ପାଇଁ ଆସିଥିଲା।

‘ସିବିଏସ୍‌ଇ’ ତରୁଫରୁ ଆସିଥିବା ଓକିଲ ଓ କେନ୍ଦ୍ର ସରକାରଙ୍କୁ ଏହି ଆବେଦନର ନକଲ ଦିଆଯାଇଛି କି, ନାହିଁ, ଖଣ୍ଡପୀଠ ଅଦାଲତ କାର୍ଯ୍ୟ ଆରମ୍ଭ ସମୟରେ ଆବେଦନକାରିଣୀ ମମତା ଶର୍ମାଙ୍କୁ ପଚାରିଥିଲେ। ସେମାନଙ୍କୁ ପିଟିସନ୍‌ର ନକଲ ଦିଆଯିବ ବୋଲି ଆବେଦନକାରିଣୀ କହିବାରୁ ଖଣ୍ଡପୀଠ କହିଲେ, ଆପଣ ପିଟିସନ୍‌ର ନକଲ ସେମାନଙ୍କୁ ଦିଅନ୍ତୁ। ଆମେ ସୋମବାର ଦିନ ଶୁଣାଣି କରିବୁ ବୋଲି ମାନ୍ୟବର କୋର୍ଟଙ୍କ ପକ୍ଷରୁ କୁହାଯାଇଛି ।

Latest Posts

Don't Miss