ଗ୍ରାହକଙ୍କୁ ସତର୍କ କଲା SBI : ସାବଧାନ, ସାଇବର ଠକ ଆପଣାଉଛନ୍ତି ଏହି ସବୁ ନୂଆ ଟେକନିକ୍ !
1 min readନୂଆଦିଲ୍ଲୀ: ଭାରତର ସବୁଠାରୁ ବଡ଼ ବ୍ୟାଙ୍କ୍ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ନିଜ ଗ୍ରାହକମାନଙ୍କୁ ସତର୍କ କରାଇଛି । ପ୍ରକୃତରେ ଏହା ଏକ ଫ୍ରଡ୍ ଆଲର୍ଟ । ସାଇବର ଠକମାନେ ଲୋକଙ୍କୁ ଠକିବାକୁ ଚେଷ୍ଟା କରୁଛନ୍ତି । ତେଣୁ ଯଦି ଆପଣଙ୍କର ଆକାଉଣ୍ଟ SBIରେ ଅଛି, ତେବେ ଆପଣଙ୍କୁ ସତର୍କ ରହିବା ଜରୁରୀ । ଏଥିପାଇଁ ଏସବିଆଇ ଅଫିସିଆଲ ଟ୍ୱିଟର ମାଧ୍ୟମରେ ଲୋକଙ୍କୁ ସୂଚନା ଦେଇଛି ।
ଏହି ଟ୍ୱିଟରେ ଏସବିଆଇ ଲେଖିଛି ଯେ, ସାଇବର ଠକମାନେ ଠକିବା ପାଇଁ ନୂତନ ପଦ୍ଧତି ଏବଂ ଟେକନିକର ବ୍ୟବହାର କରୁଛନ୍ତି। ଯଦି ଆପଣଙ୍କର ଏହିପରି କୌଣସି ଠକାମୀର ଶିକାର ହେଉଛନ୍ତି ତ , [email protected] ରେ କିମ୍ୱା [email protected] କୁ ଇମେଲ କରନ୍ତୁ। ”
ଏସବିଆଇର ନେଟ ବ୍ୟାଙ୍କିଙ୍ଗ ପେଜ ପରି ଦେଖାଯାଉଥିବା ଏସଏମଏସ ଉପରେ କ୍ଲିକ୍ କରିବା ଠାରୁ ଦୂରେଇ ରହିବା ପାଇଁ ବ୍ୟାଙ୍କ ପରାମର୍ଶ ଦେଇଛି । ଯଦି ଆପଣ ଏମିତି କୌଣସି ଏସଏସଏସ ପାଉଛନ୍ତି ତେବେ ଏହାକୁ ତୁରନ୍ତ ଡିଲିଟ୍ କରନ୍ତୁ । http://www.onlinesbi.digital ରେ ଯଦି ଆପଣଙ୍କୁ ଆପଣଙ୍କର ଆକାଉଣ୍ଟର ସମ୍ବନ୍ଧିୟ କିଛି ସୂଚନା କିମ୍ବା ପାସୱାର୍ଡକୁ ଅପଡେଟ୍ କରିବାକୁ କୁହାଯାଏ, ତେବେ ଏହା ଆଦୌ କରନ୍ତୁ ନାହିଁ, କାରଣ ଏହା ଏକ ନକଲି ୱେବସାଇଟ୍ । ଅର୍ଥାତ୍ ଗ୍ରାହକଙ୍କୁ କୌଣସି ପ୍ରକାର ଠକେଇର ଶିକାର ନହେବାକୁ ସୂଚନା ଦେଇଛନ୍ତି ।
ବ୍ୟାଙ୍କ ତା ଗ୍ରାହକଙ୍କୁ ପରାମର୍ଶ ଦେଇଛି ଯେ ଟ୍ରାନ୍ସଫର କରିବାକୁ YONO (ୟୋନୋ) ଆପ୍ ବ୍ୟବହାର କରିବାକୁ କୁହାଯାଇଛି ଯାହା ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ଏହା କାରବାରକୁ ସହଜ କରିଥାଏ । ଏହା ସହିତ କୁହାଯାଇଛି ଯେ ଆପଣ ଫଣ୍ଡ ଟ୍ରାନ୍ସଫର କରିବା ସମୟରେ, ଟଙ୍କା ପଠାଇବା ପୂର୍ବରୁ, ସେହି ବ୍ୟକ୍ତିଙ୍କୁ ଚିହ୍ନଟ କରନ୍ତୁ ଯାହାକୁ ଆପଣ ଟଙ୍କା ପଠାଉଛନ୍ତି । ଆକାଉଣ୍ଟଧାରୀଙ୍କୁ କୁହାଯାଇଛି ଯେ, ସେମାନେ ବିଶ୍ୱସନୀୟ ସ୍ରୋତର ହିଁ ବ୍ୟବହାର କରନ୍ତୁ ଏବଂ କରୋନାଭାଇରସ ସମ୍ବନ୍ଧୀୟ କୌଣସି ବି ଖବର ଉପରେ କ୍ଲିକ୍ କରିବା ପୂର୍ବରୁ ଥରେ ଯାଞ୍ଚ କରିନେବା ଆବଶ୍ୟକ, କାରଣ ଏହି ସମୟରେ ସାଇବର ଠକମାନେ ସକ୍ରିୟ ହୋଇଯାଇଛନ୍ତି ।