spot_img

Latest Posts

ଏସବିଆଇର ଗ୍ରାହକଙ୍କୁ ଝଟକା, ବଢାଇଲା ଇଏମଆଇ

ନୂଆଦିଲ୍ଲୀ: ଏସବିଆଇର ଗ୍ରାହକଙ୍କ ପାଇଁ ବଡ଼ ଝଟକା। ଏସବିଆଇ ପକ୍ଷରୁ ଏମସିଏଲଆରର ବେସ୍ ରେଟ୍, ଇବିଏଲଆର ଓ ରେପୋ ଲିଙ୍କ୍ଡ ଲେଡିଂ ରେଟସ୍ ରେ ବୃଦ୍ଧି କରାଯାଇଛି। ନୂଆ ଦର ଆଜିଠାରୁ ଅର୍ଥାତ୍ ଡିସେମ୍ବର ୧୫ରୁ ଲାଗୁ ହେଉଛି। ତେବେ ଆସନ୍ତୁ ଜାଣିବା SBI ଲୋନ୍ ଉପରେ କେତେ ଟଙ୍କା ଇଏମଆଇ ବୃଦ୍ଧି କରିଛି ।

SBI ନିଜର ବେସ୍ ରେଟକୁ ୧୦.୧୦ ପ୍ରତିଶତରୁ ୧୦.୨୫ ପ୍ରତିଶତକୁ ବୃଦ୍ଧି କରିଛି। SBIର MCLR ହାର ୮ ପ୍ରତିଶତରୁ ୮.୮୫ ପ୍ରତିଶତ ମଧ୍ୟରେ ରହିବ। ସେହିପରି ଓଭରନାଇଟ୍ MCLR ହାର ୮ ପ୍ରତିଶତ ହୋଇଥିବା ବେଳେ ୧ ମାସ ଏବଂ ୩ ମାସ ପାଇଁ MCLR ହାର ୮.୧୫ ପ୍ରତିଶତରୁ ୮.୨୦ ପ୍ରତିଶତକୁ ବୃଦ୍ଧି ପାଇଛି।

ଛଅ ମାସର MCLR ରେ ୦.୧୦ ପ୍ରତିଶତ ବୃଦ୍ଧି କରାଯାଇଛି। ଫଳରେ ଏବେ ସୁଧ ହାର ୮.୫୫ ପ୍ରତିଶତରେ ପହଞ୍ଚିଛି। ୧ ବର୍ଷର MCLR ବର୍ତ୍ତମାନ ୦.୧୦ ପ୍ରତିଶତ ବୃଦ୍ଧି ପାଇ ୮.୫୫ ପ୍ରତିଶତରୁ ୮.୬୫ ପ୍ରତିଶତରେ ପହଞ୍ଚିଛି।  ସେହିପରି  ଦୁଇ ବର୍ଷ ଏବଂ ତିନି ବର୍ଷ ଅବଧିର MCLR ୧୦ ପଏଣ୍ଟ ବୃଦ୍ଧି ପାଇ ୮.୮୫ ପ୍ରତିଶତରେ ପହଞ୍ଚିଛି। ଅପରପକ୍ଷେ ଇବିଏଲଆର୍ ୯.୧୫ ଏବଂ ରେପୋ ଲିଙ୍କ୍ ଲେଣ୍ଡିଂ ରେଟ୍ ୮.୭୫ ପ୍ରତିଶତରେ ପହଞ୍ଚିଛି।

Latest Posts

Don't Miss