ଲକଡାଉନରେ ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ଆଣିଲା ଏସବିଆଇ
1 min readମୁମ୍ବାଇ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସି ଖବର । ଏଟିଏମ୍ ସର୍ଭିସରେ ଦେବାକୁ ପଡ଼ବନି ଦେୟ । ମହାମାରୀ କରୋନାକୁ ଦୃଷ୍ଟିରେ ରଖି କେନ୍ଦ୍ର ନିର୍ମଳା ସୀତାରମଣ କରିଥିବା ଘୋଷଣା ପରେ ଏସବିଆଇ ନେଇଛି ବଡ଼ ନିଷ୍ପତ୍ତି । ଦେଶର ଏହି ବଡ଼ ବ୍ୟାଙ୍କ ଆଗାମୀ ୩ ମାସ ଯାଏଁ ଗ୍ରାହକଙ୍କ ଠାରୁ ଏଟିଏମ୍ ଟ୍ରାଞ୍ଜାକ୍ସନ ଉପରେ ଶୁଳ୍କ ନେବ ନାହିଁ ବୋଲି ନିଷ୍ପତ୍ତି ନେଇଛି ।
Good news for all ATM card holders!
SBI has decided to waive the ATM Service Charges levied on account of exceeding the number of free transactions, until 30th June.#SBI #Announcement #ATM #Transactions pic.twitter.com/d34sEy4Hik— State Bank of India (@TheOfficialSBI) April 15, 2020
ସମସ୍ତ ଏଟିଏମ ଟ୍ରାଞ୍ଜାକ୍ସନ ୨୦୨୦ ଜୁନ୍ ୩୦ ପର୍ଯ୍ୟନ୍ତ ମାଗଣା ରହିବ । ଏସବିଆଇ ଏଟିଏମରେ ଫ୍ରି ଟ୍ରାଞ୍ଜାକ୍ସନ ପରେ ଅତିରିକ୍ତ ନେଣଦେଣ ପାଇଁ ପୂର୍ବରୁ ଟଙ୍କା ଦେବାକୁ ପଡ଼ୁଥିଲା । କିନ୍ତୁ, କରୋନା ପାଇଁ ଏସବିଆଇ ନିୟମକୁ ୩ ମାସ ପାଇଁ କୋହଳ କରିଛି । ଅତିରିକ୍ତ ନେଣଦେଣ ପାଇଁ ଗ୍ରାହକଙ୍କୁ ଆଉ ଟଙ୍କା ଦେବାକୁ ପଡ଼ିବ ନାହିଁ । ବ୍ୟାଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
କରୋନା: ଟ୍ୟାକ୍ସ ରିଟର୍ଣ୍ଣ ସମୟ ଜୁନ୍ ପର୍ଯ୍ୟନ୍ତ ବଢ଼ିଲା, ଆଧାର-ପ୍ୟାନ୍ ଲିଙ୍କିଂ ଡେଡଲାଇନ୍ ବି ବୃଦ୍ଧି
ଏଥିସହ ଆବଶ୍ୟକ ସ୍ଥଳେ ଏଟିଏମ ଗଲେ ସାମାଜିକ ଦୂରତା ରକ୍ଷା କରିବା ସହ ହାତ ଧୋଇବା ଉପରେ ବ୍ୟାଙ୍କ ଗୁରୁତ୍ୱ ଦେଇଛି ।