ଏସବିଆଇ ଗ୍ରାହକଙ୍କ ପାଇଁ ଖୁସି ଖବର , ଟଙ୍କା ଜମା କରିବାର ନିୟମ ବଦଳିଲା

1 min read

ଯଦି ଏସବିଆଇରେ ଆପଣଙ୍କ ଆକାଉଣ୍ଟ ରହିଛି ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ସପ୍ତାହରେ ଏସବିଆଇ ଏକାଧିକ ନିୟମ ବଦଳାଇଛି । ଏହି ନିୟମ ଏଟିଏମ ବ୍ୟବହାର, ସର୍ବନିମ୍ନ ରାଶି ଏବଂ ଏସଏମଏସର ଚାର୍ଜକୁ ନେଇ । ତେବେ ଏହାକୁ ନେଇ ବ୍ୟାଙ୍କ କ’ଣ ସମସ୍ତ ନିୟମ କରିଛନ୍ତି ଆସନ୍ତୁ ଆଲୋଚନା କରିବା ।

୧. ଭାରତୀୟ ଷ୍ଟେଟବ୍ୟାଙ୍କ ୧ ଜୁଲାଇରୁ ଏଟିଏମକୁ ନେଇ ନିଜର କେତେକ ନିୟମରେ ପରିବର୍ତ୍ତନ ଆଣିଛନ୍ତି । ଯଦି ଗ୍ରାହକ ଏହି ନିୟମ ପାଳନ କରୁ ନାହାଁନ୍ତି ତେବେ ତାଙ୍କୁ ଜୋରିମନା ଦେବାକୁ ପଡ଼ିପାରେ । ଏସବିଆଇର ଅଫିସିଆଲ ଓ୍ୱେବସାଇଟ sbi.co.in ରେ ଉପଲବ୍ଧ ଖବର ଅନୁସାରେ ଏସବିଆଇ ମେଟ୍ରୋ ସହରରେ ନିଜ ନିୟମିତ ଜମାକରୀଙ୍କୁ ଏଟିଏମରୁ ୧ ମାସରେ ୮ଟି ମୁକ୍ତ ଦେୟ ରାଶି ଅନୁମତି ପ୍ରଦାନ କରୁଛି । ମୁକ୍ତ ଟ୍ରାଞ୍ଜାକ୍ସନର ଲିମିଟ ଅତିକ୍ରମ କରିବା ପରେ ଗ୍ରାହକଙ୍କ ଠାରୁ ପ୍ରତ୍ୟେକଟି ଏଟିଏମ ବ୍ୟବହାର ପାଇଁ ରାଶି ଦେବାକୁ ପଡ଼ିଥାଏ ।
୨. ଏସବିଆଇ ୧୮ ଅଗଷ୍ଟରୁ ଗ୍ରାହକଙ୍କଠାରୁ କୌଣସି ଏସଏମଏସ ଚାର୍ଜ ନେବ ନାହିଁ । ଏହି ରାଶି ବ୍ୟାଙ୍କ ଛାଡ଼ କରି ଦେଇଛି ।
୩. ଏସବିଆଇରୁ ୧୦ ହଜାରରୁ ଅଧିକ ରାଶି ଉଠାଇବାକୁ ନେଇ ନିୟମ ପରିବର୍ତ୍ତନ କରିଛି । ଯଦି ଆପଣ ୧୦ ହଜାରରୁ ଅଧିକ ରାଶି ଉଠାଉଛନ୍ତି ତେବେ ଆପଣଙ୍କୁ ଓଟିପିର ଆବଶ୍ୟକତା ପଡ଼ିବ ନାହିଁ । ତେବେ ଏହି ସୁବିଧା ଗ୍ରାହକଙ୍କୁ ରାତି ୮ଟାରୁ ଆରମ୍ଭ କରି ସକାଳ ୮ଟା ପର‌୍ୟ୍ୟନ୍ତ ମିଳିବ । ଏହି ସମୟରେ ୧୦ ହଜାରରୁ ଅଧିକ ରାଶି ଉଠାଇଲେ ଓଟିପିର ଆବଶ୍ୟକତା ପଡ଼ିବ ନାହିଁ । ଏହା କେବଳ ଏସବିଆଇ ଏଟିଏମ ପାଇଁ ପ୍ରଜୁଯ୍ୟ ।
୪. ଜମାକାରୀ ନ୍ୟୁନତମ ରାଶି ନରଖିଲେ ଜୋରିମନା ନେବ ନାହିଁ ଏସବିଆଇ । ଏସବିଆଇର ୪୪ କୋଟିରୁ ଅଧିକ ଖାତା ଧାରକଙ୍କୁ ଏହି ସୁବିଧା ମିଳିବ । ଏହି ସୁବିଧା ବ୍ୟାଙ୍କ ତରଫରୁ ମିଳିବ ବୋଲି ଗତ ମାର୍ଚ୍ଚ ମାସରେ ଘୋଷଣା କରିଥିଲା ଏସବିଆଇ । ତେବେ ସମସ୍ତ ଖାତା ଧାରୀଙ୍କୁ ଜିରୋ ବାଲାନ୍ସର ସୁବିଧା ମିଳିବ ।

Leave a Reply