SBI କ୍ରେଡିଟ୍ କାର୍ଡରେ ସପିଂ ହେବ ମହଙ୍ଗା, ଅଧିକ ଦେବାକୁ ପଡିବ ୯୯ ଟଙ୍କା

ନୂଆଦିଲ୍ଲୀ: ମହଙ୍ଗା ହେବ କ୍ରେଡିଟ୍ କାର୍ଡରେ ସପିଂ । ନୂଆ ମାସ ଆରମ୍ଭରୁ ଅର୍ଥାତ ଆସନ୍ତା ଡିସେମ୍ବର ୧ରୁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ କ୍ରେଡିଟ୍ କାର୍ଡରେ ସପିଂ କରିବା ମହଙ୍ଗା ହେବ । ଏସବିଆଇ ଅନୁସାରେ ସବୁ ଇଏମଆଇ କ୍ରୟ ଉପରେ କ୍ରେଡିଟ କାର୍ଡ ଉପଭୋକ୍ତାଙ୍କଠାରୁ ପ୍ରେସେସିଂ ଫି ସହ ଟ୍ୟାକ୍ସ ମଧ୍ୟ ଆଦାୟ କରାଯିବ ।

ଯଦି ଆପଣ ଏସବିଆଇ କ୍ରେଡିଟ କାର୍ଡରେ କିଛି ଜିନିଷ ଇଏମଆଇରେ କିଣନ୍ତି ତେବେ ଏଥିପାଇଁ ଆପଣଙ୍କୁ ୯୯ ଟଙ୍କା ଅଧିକ ଦେବାକୁ ପଡ଼ିବ । ଯଦି ଆପଣ ଡିସେମ୍ବର ୧ ପୂର୍ବରୁ କିଛି ଟ୍ରାଞ୍ଜାକସନ କରିଥିବେ ତେବେ ଏହା ଉପରେ କୌଣସି ଶୁଳ୍କ ଲାଗିବ ନାହିଁ । ଏହି ସୂଚନା ଏସବିଆଇ କ୍ରେଡିଟ କାର୍ଡ ବ୍ୟବହାର କରୁଥିବା ସମସ୍ତ ଉପଭୋକ୍ତାଙ୍କୁ ଏହି ନୂଆ ନିୟମର ସୂଚନା ପ୍ରଦାନ କରାଯାଇଛି ।

ସେହିପରି ଭାବରେ ଡିସେମ୍ବର ୧ରୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ସଞ୍ଚୟ ଆକାଉଣ୍ଟଧାରୀମାନଙ୍କ ସୁଧ ଉପରେ ଏକ ବଡ଼ ଝଟକା ଲାଗିବାକୁ ଯାଉଛି । ଏବେ ପଞ୍ଜାବ ବ୍ୟାଙ୍କ ବାର୍ଷିକ ସୁଧ ୨.୯୦ ପ୍ରତିଶତରୁ କମି ୨.୮୦ ପ୍ରତିଶତକୁ ଆସିଛି । ଏହା ବ୍ୟତୀତ ଦିଆସିଲର ମୂଲ୍ୟ ମଧ୍ୟ ଡିସେମ୍ବର ୧ରୁ ବୃଦ୍ଧି ହେବାକୁ ଲାଗିଛି । ଦିଆସିଲର ନୂଆ ମୂଲ୍ୟ ୨ ଟଙ୍କା ହୋଇଛି । ଏହା ପୂର୍ବରୁ ଶେଷ ଥର ପାଇଁ ୨୦୦୭ ମସିହାରେ ଦିଆସିଲର ମୂଲ୍ୟ ୫୦ ପଇସା ବୃଦ୍ଧି ହୋଇଥିଲା ।

Leave a Reply