spot_img

Latest Posts

ମୋ ବାପାଙ୍କୁ ବଞ୍ଚାଇଦିଅ, ଗୋଟିଏ ପୁଅର ଆକୁଳ ନିବେଦନ

ଭୁବନେଶ୍ୱର: ବାପା, ଯିଏ ଆମ ଜୀବନର ଏକ ବୁଢ଼ା ବରଗଛ। ସବୁ ସମୟରେ ପ୍ରତିଟି ବିପଦରୁ ଆମକୁ ଦୁରେଇ ରଖିଥାଏ। ଅହରହ ସଂଘର୍ଷ କରି ଛୋଟରୁ ବଡ଼ କରିଥାଏ। ମୁଣ୍ଡ ଝାଳକୁ ତୁଣ୍ଡରେ ମାରି ରୋଜଗାର କରିଥାଏ କେବଳ ପୁଅର ସମସ୍ତ ଆବଶ୍ୟକତାକୁ ପୁରଣ କରିବା ପାଇଁ। ହେଲେ ଆଜି ସେଇ ବାପା ଜୀବନ ଆଉ ମରଣ ସହ ଲଢ଼ୁଛି। ଆଉ ବାପାଙ୍କୁ ବଞ୍ଚାଇବା ପାଇଁ ପୁଅର ଆକୁଳ ନିବେଦନ। ପୁଅ ପାଖରେ ଶକ୍ତି ଅଛି ଲଢ଼ିବା ପାଇଁ ହେଲେ ଅର୍ଥ ଅଭାବ ସବୁ ସାମର୍ଥ୍ୟର ମେରୁଦଣ୍ଡକୁ ଭାଙ୍ଗି ଦେଉଛି।

ଦୈନିକ ମେଡିକାଲ ଖର୍ଚ୍ଚ ପାଇଁ ଚିନ୍ତାରେ ପୁଅ। ପ୍ରତି ଦିନ ଦରକାର ପଡୁଛି ୧୫ ରୁ ୨୦ ହଜାର ଟଙ୍କା। ଯେତିକି ସଞ୍ଚିତ ସମ୍ବଳ ପାଖରେ ଥିଲା ସେସବୁ ଖର୍ଚ୍ଚ ହୋଇ ସାରିଲାଣି। ଏବେ ପର୍ଯ୍ୟନ୍ତ ମୋଟ ୧୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇସାରିଲାଣି। ବାପା ଯେତେବେଳେ ଏତେ କଷ୍ଟରେ ମୋତେ ଏତେ ବଡ଼ କରିଛନ୍ତି ଆଜି ମୁଁ ତାଙ୍କୁ ଏମିତି ବିପଦରେ କେମିତି ଛାଡ଼ିଦେବି। ଏଭଳି ଭାବନା ଆଜି ପୁଅକୁ ହାର ମାନିବାକୁ ଦେଉନାହିଁ। ବାପାଙ୍କ ଜୀବନ ବଞ୍ଚାଇବା ପାଇଁ ଆପ୍ରାଣ ଚେଷ୍ଟା ଚଳାଇଛି ପୁଅ। ବାପା ରାମ ଚନ୍ଦ୍ର ସାହୁଙ୍କୁ ବଞ୍ଚାଇବା ପାଇଁ ପୁଅ ଅର୍ଥ ପାଇଁ ଆପ ଯୋଗେ ସାହାଯ୍ୟ ମାଗିଛି। ବାପା ରାମ ଚନ୍ଦ୍ର ସାହୁ ୫୦ରୁ  ଅଧିକ ଦିନ ହେଲାଣି ଆଇସିୟୁରେ ରହି ଚିକିତ୍ସିତ ହେଉଛନ୍ତି।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଘରଭଞ୍ଜା କୋଲ୍ହା ଗର ଗାଁରେ। ଉକ୍ତ ଗାଁର ରାମ ଚନ୍ଦ୍ର ସାହୁ ଗତ ଏପ୍ରିଲ ୨୨ ତାରିଖରେ ରାଜକନିକାରୁ ଚାନ୍ଦବାଲି ଯିବା ସମୟରେ ଓସ୍ତିଆ ପେଟ୍ରୋଲ ପମ୍ପ ନିକଟରେ ତାଙ୍କର ଦୁର୍ଘଟଣା ଘଟିଥିଲା। ଫଳରେ ରାମ ଚନ୍ଦ୍ରଙ୍କ ଅଣ୍ଟା, ଛାତି ହାଡ଼ ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କିଛି ଦିନ ଚିକିତ୍ସିତ ହେବା ପରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଦୀର୍ଘ ୫୦ରୁ  ଅଧିକ ଦିନ ହେବ ଆଇସିୟୁରେ ଚିକିତ୍ସିତ ହେବା ଯୋଗୁଁ ପୁଅ ସତ୍ୟଜିତଙ୍କ ପାଖରୁ ପ୍ରାୟ ସମସ୍ତ ଅର୍ଥ ଶେଷ ହୋଇ ସାରିଲାଣି। ତେବେ ବଞ୍ଚିବା ପାଇଁ କ୍ରିଟିକାଲ ସର୍ଜରୀର ଆବଶ୍ୟକତା ଅଛି ବୋଲି ଡାକ୍ତର କହିଛନ୍ତି। ଯେଉଁଥିପାଇଁ ବହୁତ ଅର୍ଥ ଦରକାର ପଡୁଛି। ବାପାଙ୍କ ଜୀବନ ବଞ୍ଚାଇବା ପାଇଁ ପୁଅ ଆର୍ଥିକ ସହାୟତା ଲୋଡିଛନ୍ତି। ତେଣୁ ସେ ସମସ୍ତଙ୍କୁ ନିବେଦନ କରି କହିଛନ୍ତି ଯେ, କିଛି କିଛି ସହାୟତା କଲେ ବାପାଙ୍କ ଜୀବନ ବଞ୍ଚିପାରିବ। ପୁଅ ବିଜେବି କଲେଜରେ ସମ୍ବାଦିକ ପାଠ ପଢ଼ା ସାରି ଗତ କିଛି ମାସ ହେବ ଏକ ଗଣମାଧ୍ୟମର ଡିଜିଟାଲରେ କାର୍ଯ୍ୟ କରୁଥିଲେ। ହେଲେ ଦୁର୍ଘଟଣା ତାଙ୍କ ପରିବାରର ମେରୁଦଣ୍ଡ ଦୋହୋଲାଇ ଦେଇଛି। ହସଖୁସିର ପରିବାରରେ ଯେମିତି କଳାବାଦଲ ଘୋଟିଯାଇଛି।

Latest Posts

Don't Miss