ଦିନେ ସୁଲଭରେ ସ୍କଲାରସିପରେ ପଢ଼ିବାକୁ ଆସିଥିବା ଛାତ୍ର ୬୦୦ ଲୋକଙ୍କୁ ଦେଇଛନ୍ତି ରୋଜଗାର

1 min read

ନୂଆଦିଲ୍ଲୀ: କୁହାଯାଏ ଉଦ୍ୟୋଗପତି ହେବା ସମସ୍ତଙ୍କ ଭାଗ୍ୟରେ ନଥାଏ, କି ଏହା ଏତେ ସହଜ ନୁହେଁ । ଏହିଭଳି କିଛି ଘଟଣା ଦେଖିବାକୁ ମିଳିଥିଲା ଉଦ୍ୟୋଗପତି ସୌରଭ କୁମାରଙ୍କ ନିକଟରେ । ଦିଲ୍ଲୀ କଲେଜ୍ ଅଫ୍ ଇଞ୍ଜିନିୟରିଂରୁ ବିଟେକ୍ ଡିଗ୍ରୀ ହାସଲ କରିବା ପରେ ଫ୍ରାନ୍ସ ଚାଲିଗଲେ ସୌରଭ । ଏହାପରେ ଉଚ୍ଚ ଶିକ୍ଷା ପାଇଁ ଆମେରିକା ଚାଲିଗଲେ । ସେଠାରେ ୟାହୁ ଏବଂ ଓରାକଲ ଭଳି ନାମିଦାମି କମ୍ପାନୀରେ ଚାକିରି କଲେ । କିନ୍ତୁ ସେଠାରେ ତାଙ୍କ ସ୍ୱପ୍ନ ଏବଂ ଉଦ୍ୟମରେ ପୂର୍ଣ୍ଣଛେଦ ପଡ଼ିନଥିଲା । ନିଜ ଦେଶରେ କିଛି କରି ଦେଖାଇବାର ଇଛା ତାଙ୍କୁ ସ୍ୱଦେଶକୁ ଟାଣି ଆଣିଥିଲା ।

ସୌରବଙ୍କ ପ୍ରାଥମିକ ଶିକ୍ଷା ବିହାରର ପୂର୍ଣ୍ଣିୟାର ଜାନକୀନଗର ଗାଁ’ରେ ହୋଇଥିଲା । ତାଙ୍କ ବାପା ଥିଲେ ପେଶାରେ ଜଣେ ଶିକ୍ଷକ । ସୌରଭଙ୍କୁ ବିନ୍ଦେଶ୍ୱର ପାଠକଙ୍କ କମ୍ପାନୀ ସୁଲଭର ସ୍କଲାରସିପ୍ ମିଳିଥିଲା । ୧୯୯୯ରେ ଦିଲ୍ଲୀର ଆରକେପୁରମ ସ୍ଥିତ ଡିପିଏସରେ ଷଷ୍ଟ ଶ୍ରେଣୀରେ ନାମଲେଖା ହେଲା । ୨୦୦୫ରେ ସେଠାରୁ ସେ ଦ୍ୱାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ହେଲେ । ସେହି ବର୍ଷ ଦିଲ୍ଲୀ କଲେଜ ଅଫ୍ ଇଞ୍ଜିନିୟରିଂରେ ତାଙ୍କର ଚୟନ ହେଲା । ସେଠାରେ ପଢ଼ିବା ସମୟରେ ହିଁ ସେ ଡିଏସଆଇଆରର ଫଣ୍ଡରୁ ଏକ ଅଟୋନମସ୍ ଗ୍ରାଉଣ୍ଡ୍ ଭିକଲ ନିର୍ମାଣ କଲେ । ଯାହା ଖୁବ ଲୋକପ୍ରିୟତା ହାସଲ କଲା । ଏଥିପାଇଁ ତାଙ୍କୁ ସିଆଇଆଇ ତରଫରୁ ୟଙ୍ଗ୍ ଏଣ୍ଟରପ୍ରେନର ପୁରସ୍କାର ମିଳିଲା । ଡିସିଇରୁ ବିଟେକ୍ ସାରିବା ପରେ ସେ ପୁଣିଥରେ ଫ୍ରାନ୍ସ ଚାଲିଗଲେ ।

୨୦୧୦-୧୧ରେ ନ୍ୟୁୟର୍କର କୋରନେଲ ୟୁନୁଭର୍ସିଟିରେ କମ୍ପ୍ୟୁଟର ସାଇନ୍ସ ପଢ଼ିଲେ । ସେଠାରେ ୟାହୁ ଏବଂ ଓରାକଲରେ କାମ କରୁଥିଲେ ମଧ୍ୟ ନିଜ ଦେଶ ତାଙ୍କୁ ଫେରି ଆସିବାକୁ ବାଧ୍ୟ କରିଥିଲା । କୋଟି କୋଟି ଟଙ୍କାର ଚାକିରି ଛାଡ଼ି ଭାରତ ଚାଲି ଆସିଲେ ଭୌରଭ । ୨୦୧୨ରେ ଦେଶକୁ ଫେରିବା ପରେ ଏକ କମ୍ପାନୀ ସ୍ଥାପନ କଲେ । କିନ୍ତୁ ଏହି କମ୍ପାନୀ ଦୀର୍ଘଦିନ ପର୍ଯ୍ୟନ୍ତ ତିଷ୍ଠି ନଥିଲା । ତାଙ୍କ କମ୍ପାନୀ କ୍ୟୁବ ୨୬କୁ ୨୦୧୭ରେ ପେଟିଏମ କିଣିନେଲା । ଏହାପରେ ୨୦୧୮ରେ ଅଏଲର ମୋଟର ଆରମ୍ଭ କଲେ ସୌରଭ । ସେ ବ୍ୟାଟେରୀ ଚାଳିତ ଗାଡ଼ି ଉପରେ କାମ କରିବା ଆରମ୍ଭ କରିଦେଲେ । ସୌରଭ ୩୦୦ରୁ ଅଧିକ ବ୍ୟାଟେରୀ ଚାଳିତ ଗାଡ଼ି ବିକ୍ରି କରି ସାରିଥିବା ବେଳେ ତାଙ୍କ ନିକଟରେ ଏବେ ୨୫୦୦ ଅର୍ଡର ରହିଥିବା କହିଛନ୍ତି । କିନ୍ତୁ ଏହି କମ୍ପାନୀ ମାଧ୍ୟମରେ ୬ ଶହ ଲୋକଙ୍କୁ ରୋଜଗାର ମିଳିଛି ।

Leave a Reply