ସ୍ମୃତି ସେୟାର କଲେ ସୌରଭ, କହିଲେ ଏଇଠି ରହୁଥିଲି

1 min read

କଟକ: ବାରବାଟୀକୁ ବହୁତ ଥର ଆସିଛି  । ଏଠାରେ ଅନେକ ସ୍ମୃତି ରହିଛି  । ଅଣ୍ଡର ୧୫ ରେ ଏହି ଡରମେଟୋରୀରେ ରହୁଥିଲି  । ବହୁତ ଥର ଏଠାରେ ଶତକ କରିଛି  । ଆଗାମୀ ଦିନରେ ବାରବାଟୀକୁ ଆହୁରି ମ୍ୟାଚ ମିଳିବ  । ଆଜି ଟିମ୍ ଇଣ୍ଡିଆ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜର ଦ୍ବିତୀୟ ମ୍ୟାଚ୍‌ ସରିବା ପରେ ଗଣମାଧ୍ୟମ ସହ ସ୍ମୃତି ସେୟାର କରିଛନ୍ତି ଦାଦା  ।

ଆଜି ବାରବାଟୀରେ ମ୍ୟାଚ ଦେଖିବା ପାଇଁ ଭୁବନେଶ୍ବରରେ ପହଞ୍ଚିଥିଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି।  ଅପରାହ୍ନ ୫ଟା ସମୟରେ ସେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ।

ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି ସୌରଭ ଗାଙ୍ଗୁଲି । ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ଦାଦା ବାରବାଟୀ ଷ୍ଟାଡିୟମ ଯାଇଥିଲେ ।