ଅନ୍ତରୀକ୍ଷକୁ ପ୍ରଥମ ମହିଳା ମହାକାଶଚାରୀ ପଠାଇବ ସାଉଦି ଆରବ

ନୂଆଦିଲ୍ଲୀ : ସ୍ପେସ ମିଶନରେ ମହିଳାଙ୍କୁ ସାମିଲ କରିବ ସାଉଦି ଆରବ । ଅନ୍ତରୀକ୍ଷକୁ ପ୍ରଥମ ମହିଳା ମହାକାଶଚାରୀ ପଠାଇବ ସାଉଦି ଆରବ । ଋଢ଼ିବାଦୀ ଚିନ୍ତାଧାରାକୁ ପଛରେ ପକାଇ ଆଗକୁ ବଢ଼ିବାକୁ ଏହି ବଡ଼ ଘୋଷଣା କରିଛି ଇସଲାମିକ ଷ୍ଟେଟ । ଆଧୁନିକତାକୁ ଗ୍ରହଣ କରିବା ସହ ମହିଳାଙ୍କୁ ସ୍ପେସ ପଠାଇବାକୁ ନିଷ୍ପତ୍ତି ନେଇଛି ଇସଲାମିକ ଷ୍ଟେଟ ସାଉଦି ଆରବ ।
ମହିଳା ମହାକାଶଚାରୀ ରେୟାନା ବରନାବୀ ତାଙ୍କ ସହଯୋଗୀ ଅଲ୍ଲୀ ଅଲକର୍ନୀ ଯାତ୍ରୀ ମିଶନ ଟିମରେ ସାମିଲ ହେବେ । ଅନ୍ତରୀକ୍ଷରେ ମାନବ ପଠାଇବା ଦିଗରେ କ୍ଷମତା ବୃଦ୍ଧି ପାଇଁ ସାଉଦି ଆରବ ଏହି ସ୍ପେସ ଅଭିଯାନ ଆରମ୍ଭ କରିଛି। ସାଉଦି ଆରବ ସରକାର ଏହି ମିଶନକୁ ପୂର୍ଣ୍ଣ ସମର୍ଥନ ଦେଉଛନ୍ତି ଅନ୍ତରୀକ୍ଷ ଆୟୋଗ ଅଧ୍ୟକ୍ଷ ଅବଦୁଲା ଉଲ ସ୍ବାହା କହିଛନ୍ତି ।