ସାଉଦି ଆରବର କଡ଼ା ନିଷ୍ପତ୍ତି: ଭାରତ ସମେତ ୧୬ ରାଷ୍ଟ୍ରକୁ ଯିବା ଉପରେ ନିଷେଧାଦେଶ

ନୂଆଦିଲ୍ଲୀ: କରୋନା ନେଇ ସାଉଦି ଆରବ ସରକାରଙ୍କ କଡା ନିଷ୍ପତ୍ତି । ଭାରତ ସମେତ ୧୬ଟି ରାଷ୍ଟ୍ରକୁ ଯିବା ଉପରେ ୩ ବର୍ଷ ଲାଗି ଲାଗିବ ନିଷେଧାଦେଶ । ସାଉଦିଆରବରେ ଯଦିଓ ଦିନକରେ ହାରାହାରି ୧୩୦୦ ପଜିଟିଭ ଚିହ୍ନଟ ହେଉଛନ୍ତି ତଥାପି ଦେଶକୁ କରୋନାମୁକ୍ତ କରିବା ଲାଗି ସରକାର ଏହି ପଦକ୍ଷେପ ନେଇଛନ୍ତି ।

ସାଉଦି ଆରବ ଜାରି କରିଥିବା ରେଡ ଲିଷ୍ଟରେ ରହିଛନ୍ତି ଭାରତ, ୟୁଏଇ, ଲିବିୟା, ସିରିଆ, ଲେବାନନ, ୟେମେନ, ଇରାନ, ତୁର୍କୀ, ଆର୍ମେନିଆ, ଇଥିଓପିଆ, ସୋମାଲିଆ, କଙ୍ଗୋ, ଆଫଗାନିସ୍ତା, ଭେନିଜୁଏଲା, ବେଲାରୁଷ, ଭିଏତନାମ ଆଦି ରାଷ୍ଟ୍ର । ସେପଟେ ଆମେରିକାର ବିଭିନ୍ନ ବଡ କମ୍ପାନୀ ନିୟମରେ ପରିବର୍ତ୍ତନ କରିଛନ୍ତି । କ୍ୟାମ୍ପସରେ ପ୍ରବେଶ କରିବା ପୂର୍ବରୁ ଟିକାକରଣକୁ ବାଧ୍ୟତାମୂଳକ କରାଯାଇଛି । ଦେଶରେ ଡେଲଟା ଭାରିଆଣ୍ଟର ମାତ୍ରାଧିକ ପ୍ରଭାବ ଯୋଗୁ ଏହି ପଦକ୍ଷେପ ନିଆଯାଇଛି । ଗୁଗୁଲ ଓ ଫେସବୁକ ସମେତ ସମସ୍ତ ବଡ କମ୍ପାନୀରେ ଏହି ନିୟମ ବାଧ୍ୟତାମୂଳକ ହୋଇଛି । ସେପଟେ ଏତିହାଦ ଏୟାରରଓ୍ବେଜ୍ ପକ୍ଷରୁ ମଧ୍ୟ ଭାରତରୁ ୟୁଏଇକୁ ବିମାନ ଚଳାଚଳ ବନ୍ଦ କରିଦିଆଯାଇଛି । ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ବିମାନ ଚଳାଚଳ ବନ୍ଦ ରହିବ ବୋଲି ଏୟାରଲାଇନ୍ସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ୪୦ହଜାର ଉପରେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୩ ହଜାର ୫୦୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ ୩୮ ହଜାର ୪୬୫ ସଂକ୍ରମିତ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଦେଶରେ ମୋଟ୍ ଆକ୍ଟିଭ୍ କେସ୍ ରହିଛି ୪ଲକ୍ଷ ୩ ହଜାର ୮୪୦ ରହିଥିବା ବେଳେ ଦେଶରେ ସୁସ୍ଥତା ହାର ୯୭.୩୮%କୁ ବୃଦ୍ଧି ପାଇଛି । ତେବେ କରୋନାକୁ ମାତ୍ ଦେବାକୁ ଦେଶରେ ଟିକାକରଣକୁ ପ୍ରାଧାନ୍ୟ ଦିଆଯାଉଛି ।

Leave a Reply