ମକ୍କା ମଦିନା ଯାତ୍ରା ଉପରେ ରୋକ ଲଗାଇଲା ସାଉଦି ଆରବ

1 min read

କରୋନା ଭୟ ସାରା ବିଶ୍ୱରେ ବ୍ୟାପିଛି । ଚୀନ୍ ବାହାରେ ବିଶ୍ୱର ଅନେକ ଦେଶରେ କରୋନାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ବୁଧବାର ଦିନ ଚାଇନାରେ କରୋନାରେ ୨୯ ଜଣଙ୍କର ମୃତ୍ୟୁ ହୋଇଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ଚାଇନାରେ କରୋନା ଠାରୁ ୨ହଜାର୭୪୪ ଜଣଙ୍କର ମୃତ୍ୟୁ ହୋଇଛି। ଗଲ୍ଫ ଦେଶଗୁଡିକରେ, ବର୍ତ୍ତମାନ ପର୍ଯ୍ୟନ୍ତ ୨୨୦ ଟି କରୋନା ମାମଲା ରିପୋର୍ଟ ହୋଇଛି ।

ଏଥି ସହିତ, ସାରା ବିଶ୍ୱରେ ୮୧ ହଜାର ରୁ ଅଧିକ ଲୋକ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି । କରୋନା ଭାଇରସ୍‌ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସାଉଦି ଆରବ ମକ୍କା-ମଦିନାକୁ ଆସୁଥିବା ଯାତ୍ରୀଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛି ।

Leave a Reply