ବର୍ଷାଙ୍କୁ ବିଜେପିର ଅଶାଳୀନ ମନ୍ତବ୍ୟ, ମହିଳା କମିଶନଙ୍କୁ ଭେଟିଲେ ଲେଡିଜ୍‌ ଫୋରମ୍

ଭୁବନେଶ୍ୱର: ପଦମପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପ୍ରତି ଅଶାଳୀନ ମନ୍ତ୍ୟବର ପ୍ରତିବାଦ । ଏନେଇ ଭୁବନେଶ୍ବର ସତ୍ୟନଗର ଲେଡିଜ୍‌ ଫୋରମ ପକ୍ଷରୁ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ଏକ ଦାବିପତ୍ର ଦିଆଯାଇଛି । ଏଭଳି ଘୃଣ୍ୟ କାମ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ଭୁବନେଶ୍ବର ସତ୍ୟନଗର ଲେଡିଜ୍‌ ଫୋରମ ।

ପଦମପୁରରେ ପ୍ରଚାର ସମୟରେ ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ବିଜେଡି ପ୍ରାର୍ଥୀ ବର୍ଷା ପ୍ରତି ଅଶାଳୀନ ମନ୍ତ୍ୟବ ଦେଇଥିବା ଅଭିଯୋଗ ହୋଇଛି । ଏହା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛି ସତ୍ୟନଗର ଲେଡିଜ ଫୋରମ । ଏଥିପାଇଁ ଜୟନାରୟଣ ମିଶ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।