ଅଗ୍ନିଶମ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ସତ୍ୟଜିତ ମହାନ୍ତି

ଭୁବନେଶ୍ୱର: ସୁନିଲ ରାଏଙ୍କ ସ୍ଥାନ ନେଲେ ସତ୍ୟଜିତ ମହାନ୍ତି । ଅଗ୍ନିଶମ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ସତ୍ୟଜିତ ମହାନ୍ତି । ସେ ଗୁଇନ୍ଦା ବିଭାଗ ସହ ଅଗ୍ନିଶମ ବିଭାଗ ସମ୍ଭାଳିବେ । ଅଗ୍ନିଶମ ଡିଜି ସୁନିଲ ରାଏ ରବିବାର ଅବସର ନେଇସାରିଛନ୍ତି । ଏ ନେଇ ଗତ ଶନିବାର ଆଇପିଏସ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଥିଲେ ସରକାର । ରବିବାର ଅବସର ନେବାକୁ ଥିବା ୧୯୮୭ ବ୍ୟାଚର ଅଫିସର ତଥା ଅଗ୍ନିଶମ ଡିଜି ସୁନୀଲ ରଏଙ୍କ ସ୍ଥାନରେ ଗୁଇନ୍ଦା ନିର୍ଦ୍ଦେଶକ ସତ୍ୟଜିତ ମହାନ୍ତିଙ୍କୁ ଅଗ୍ନିଶମ ଡିଜି ଅତିରିକ୍ତ ଦାୟିତ୍ୱ ମିଳିଥିଲା । ଏ ନେଇ ଗୃହ ବିଭାଗ ପକ୍ଷରୁ ବିଧବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।