spot_img

Latest Posts

କେରଳମ୍ ରେ ଆଜିଠୁ ସତିଶନ୍ ସରକାର .. ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଭିଡି ସତୀଶନ

ନନ୍ଦିଘୋଷ ବ୍ୟୁରୋ: କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (ୟୁଡିଏଫ୍) କେରଳ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିବାପରେ ଭି.ଡି. ସତୀଶନ ସୋମବାର ପୂର୍ବାହ୍ନରେ ରାଜଧାନୀ ତିରୁବନନ୍ତପୁରମର ସେଣ୍ଟ୍ରାଲ ଷ୍ଟାଡିୟମରେ ତାଙ୍କ କ୍ୟାବିନେଟ ସହିତ ପଦ ଏବଂ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି। ସତୀଶନଙ୍କୁ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର ପଦ ଏବଂ ଗୋପନୀୟତାର ସହିତ ଶପଥପାଠ କରାଇଥିେଲ ।

୨୧ ସଦସ୍ୟ ବିଶିଷ୍ଟ ‘ପୂର୍ଣ୍ଣ କ୍ୟାବିନେଟ’ରେ ଆଞ୍ଚଳିକ ଏବଂ ମେଣ୍ଟ ସନ୍ତୁଳନ ଉପରେ ଗୁରୁତ୍ବ ଦିଆଯାଇଛି। ଭି.ଡି. ସତୀଶନ ରବିବାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥନ ଆର୍ଲେକରଙ୍କୁ ଭେଟି ତାଙ୍କ ଚୂଡ଼ାନ୍ତ ସହଯୋଗୀ ତାଲିକା ଦାଖଲ କରିଥିଲେ। ସତୀଶନଙ୍କ ସମେତ ୨୧ ଜଣ ସଦସ୍ୟଙ୍କୁ ନେଇ ଗଠିତ ନୂତନ କ୍ୟାବିନେଟ ଗଠନ ହେବ।

ମେଣ୍ଟ ଚୁକ୍ତିନାମା ଅନୁଯାୟୀ, ମନ୍ତ୍ରିମଣ୍ଡଳରେ ଦୁଇଜଣ ମହିଳା ଏବଂ ଅନୁସୂଚିତ ଜାତି ସମ୍ପ୍ରଦାୟର ଦୁଇଜଣ ସଦସ୍ୟଙ୍କ ସମେତ ୧୪ ଜଣ ନବନିର୍ବାଚିତ ସଦସ୍ୟଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ମେଣ୍ଟର ମୁଖ୍ୟ ସହଯୋଗୀ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ (IUML) ପାଞ୍ଚଟି କ୍ୟାବିନେଟ ଆସନ ପାଇଛି। IUML ରାଜ୍ୟ ସଭାପତି ସୟଦ ସାଦିକ୍ ଅଲି ଶିହାବ ଥାଙ୍ଗଲ୍ ଘୋଷଣା କରିଛନ୍ତି ଯେ ସରକାରଙ୍କ ଅଧା କାର୍ଯ୍ୟକାଳ ସମାପ୍ତ ହେବା ପରେ ଆଞ୍ଚଳିକ ସନ୍ତୁଳନ ବଜାୟ ରଖିବା ପାଇଁ  ପ୍ରବୀଣ ନେତା ପରକ୍କଲ୍ ଅବଦୁଲ୍ଲାଙ୍କୁ ମଧ୍ୟ କ୍ୟାବିନେଟରେ ସାମିଲ କରାଯିବ।

Latest Posts

Don't Miss