ସାମୁଦ୍ରିକ ଝଡ଼ର ସୂଚନା ଦେବ ସ୍ୟାଟେଲାଇଟ୍

1 min read

ନନ୍ଦିଘୋଷ ବ୍ୟୁରୋ: ସାମୁଦ୍ରିକ ଝଡ଼ର ସୂଚନା ଦେବ ସ୍ୟାଟେଲାଇଟ୍ । ପାଣିପାଗ, ବର୍ଷା ପରିମାଣର ମଧ୍ୟ ମିଳିବ ସୂଚନା । ଏଥିପାଇଁ ଆଜି ଇସ୍ରୋ ପ୍ରେରଣ କରିବ INSAT – 3DS ଉପଗ୍ରହ । ଶ୍ରୀହରିକୋଟା ସତିଶ ଧାୱନ୍ ମହାକାଶ କେନ୍ଦ୍ରରୁ ହେବ ଉତକ୍ଷେପଣ । ଅପରାହ୍ନ ୫ଟା ୩୫ରେ ମହାକାଶକୁ ଯିବ ଉପଗ୍ରହ । ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ତିଆରି ହୋଇଛି INSAT  – 3DS । ଅତ୍ୟାଧୁନିକ ବ୍ୟବସ୍ଥା ଦ୍ଵାରା ସଠିକ୍ ପାଣିପାଗ ସୂଚନା ମିଳିପାରିବ । ମହାକାଶଯାନ GSLV – F14 ଦ୍ଵାରା ଉପଗ୍ରହର ପ୍ରେରଣ କରାଯିବ । ୫୧.୭ ମିଟର ଲମ୍ବ ଜିଓସିନକ୍ରୋନସ୍ ସ୍ପେସ ଲଞ୍ଚିଂ ଭେହିକଲ GSLV – F14 । ୪୨୦ ଟନ ଓଜନର ମହଜାଗତିକ ପଦାର୍ଥ ବୋହିନେବାର ଏହା କ୍ଷମତା ରଖିଛି । ଲଞ୍ଚିଂ ପୂର୍ବରୁ ଇସ୍ରୋ ଅଧ୍ୟକ୍ଷ ଏସ. ସୋମନାଥ ଶ୍ରୀ ଚେଙ୍ଗାଲାମ୍ମା ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ।