‘ପଞ୍ଚାୟତିରାଜ ବିଭାଗର ଦକ୍ଷତା ସମ୍ପର୍କରେ ଅବଗତ ନାହାନ୍ତି କେନ୍ଦ୍ରମନ୍ତ୍ରୀ’

ଭୁବନେଶ୍ୱର: ଓଡ଼ିଶାର ପଞ୍ଚାୟତିରାଜ ବିଭାଗର ଦକ୍ଷତା ସମ୍ପର୍କରେ ଅବଗତ ନାହାନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିପାଇଁ ପଞ୍ଚାୟତିରାଜ ବିଭାଗ ସମ୍ପର୍କରେ ଭୁଲ ଓ ବିଭ୍ରାନ୍ତିକର ତଥ୍ୟ ରଖୁଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଟିପ୍ପଣୀକୁ କାଉଣ୍ଟର କରି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ପଞ୍ଚାୟତ ନିର୍ବାଚନରେ ହାରିଲା ପରେ ବିଜେପିର ସ୍ଥାନୀୟ ନେତା ହତାଶ ହୋଇପଡ଼ିଛନ୍ତି ।

କେନ୍ଦ୍ରମନ୍ତ୍ରୀଙ୍କୁ ବିଭ୍ରାନ୍ତିକର ତଥ୍ୟ ଦେଇ କହିବାକୁ ବାଧ୍ୟ କରାଯାଉଛି । ଓଡ଼ିଶାର ପଞ୍ଚାୟତିରାଜ ବିଭାଗ ଖୁବ ଭଲ କାମ କରୁଛି । ଏଥିପାଇଁ ଓଡ଼ିଶା ରାଷ୍ଟ୍ରୀୟ ସ୍ତରରେ ଅନେକ ପୁରସ୍କାର ମଧ୍ୟ ପାଇଛି । କେନ୍ଦ୍ରରେ ଜଣେ ବରିଷ୍ଠ ମନ୍ତ୍ରୀ ଭାବେ ଓଡ଼ିଶାର ପଞ୍ଚାୟତିରାଜ ବିଭାଗ ସମ୍ପର୍କରେ ତଥ୍ୟ ନେବାକୁ ଧର୍ମେନ୍ଦ୍ରଙ୍କୁ ପରାମର୍ଶ ଦେଇଛନ୍ତି ସସ୍ମିତ । ତଥ୍ୟ ନେଲା ପରେ ତାଙ୍କ ମନର ସଂଶୟ ଦୂର ହେବା ସହ ସେ ଭ୍ରମିତ ବିବୃତ୍ତି ପ୍ରଦାନରୁ ଦୂରେଇ ରହିବେ ବୋଲି ସସ୍ମିତ କହିଛନ୍ତି ।