ଧର୍ମେନ୍ଦ୍ରଙ୍କୁ ସସ୍ମିତଙ୍କ ପାଲଟା ପ୍ରଶ୍ନ, ପଦମପୁର ପାଇଁ ତୁମେ କରିଛ କଣ ?

1 min read

ଭୁବନେଶ୍ୱର: ପଦମପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି ହରଡଘଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  । ସାମ୍ବାଦିକ ସମ୍ମିଳନୀ କରି ପ୍ରଶ୍ନ କଲା ବିଜେଡି । ବିଜେଡି ସାଂସଦ ସସ୍ମିତ ପାତ୍ର ପାଲଟା ପ୍ରଶ୍ନ କରିଛନ୍ତି  । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ କେବଳ ପ୍ରଶ୍ନ କରିବାକୁ ପଦମପୁର ଯାଇଥିଲେ । କିନ୍ତୁ ନିଜର ଉତ୍ତରଦାୟିତ୍ୱ ଭୁଲି ଯାଇଥିବା କହିଛନ୍ତି ସାଂସଦ ସସ୍ମିତ ପାତ୍ର  । କେନ୍ଦୁପତ୍ରରେ ଜିଏସଟି ପ୍ରସଙ୍ଗ ଠାରୁ ଧରି ବରଗଡ଼-ନୂଆପଡା ରେଳ ପ୍ରକଳ୍ପ କଥାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିଛି ବିଜେଡି  ।

ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ପଦମପୁରବାସୀଙ୍କ ପ୍ରତି ରହିଛି  । ତୁମେ ଯଦି ରେଳ ଲାଇନ ପକାଇପାରିବ ନାହିଁ , ତେବେ ଓଡିଶାରୁ ପ୍ରତିବର୍ଷ ୩୦ ହଜାର ଟଙ୍କା କାହିଁକି ନେଉଛ ? ଓଡିଶାର ପଇସା ଓଡିଶାରେ ରହିଲେ ରାଜ୍ୟ ସରକାର ରେଳ ଲାଇନ ପକାଇଦେବେ  । ପଦମପୁର ଜିଲ୍ଲା ଗଠନ ଏବଂ ପାଇକମାଳର NACଗଠନରେ ମୁଖ୍ୟମନ୍ତ୍ରୀଙ୍କ ସକାରାତ୍ମକ ବକ୍ତବ୍ୟ ଦେପଇଛନ୍ତି  । ପଦମପୁରବାସୀଙ୍କ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ  । କିନ୍ତୁ କେନ୍ଦ୍ରମନ୍ତ୍ରୀ ସ୍ୱାଗତ କରିବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀଙ୍କ ସଂକଳ୍ପବଦ୍ଧତା ଏବଂ ପଦମପୁରର ଉନ୍ନତିକୁ କଟାକ୍ଷ କରିଛନ୍ତି କେନ୍ଦ୍ରମନ୍ତ୍ରୀ  ।

ବିଜେପୁରରେ ଜଳ ସେଚନ ହେଇନଥିବା କଥା କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଥିଲେ  । କିନ୍ତୁ ରାଜ୍ୟ ସରକାର ଡିସେମ୍ବର ୨୦୨୩ ରେ କେନ୍ଦ୍ରମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବ  । ସେଦିନ କେନ୍ଦ୍ରମନ୍ତ୍ରୀ ଦେଖିବେ କିପରି ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ କିପରି କାର୍ଯ୍ୟକ୍ଷମ ହେଉଛି  । କିପରି ଚାଷୀଙ୍କ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରିଛନ୍ତି  ।