ରାଜ୍ଯରେ ସରକାର ଗଠନ ପାଇଁ ଦିବାସ୍ବପ୍ନ ଦେଖୁଛି ବିଜେପି: ସସ୍ମିତ ପାତ୍ର

ନନ୍ଦିଘୋଷ ଟିଭି: ରାଜ୍ଯରେ ସରକାର ଗଠନ ପାଇଁ ଦିବାସ୍ବପ୍ନ ଦେଖୁଛି ବିଜେପି। ଯାହାକୁ ରାଜ୍ଯ ବିଜେପିର ଏକ ପୁରୁଣା ଅଭ୍ଯାସ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର। ୨୦୧୪ ନିର୍ବାଚନରେ ବି ସେମାନେ ରାଜ୍ୟରେ ସରକାର ଗଠନ କରିବେ ବୋଲି ଦିବାସ୍ବପ୍ନ ଦେଖିଥିଲେ । ସେହିପରି ୨୦୧୯ରେ ମଧ୍ଯ ବିଜେପି ସରକାର ଗଠନ କରିବା ନେଇ ଦିବାସ୍ବପ୍ନ ଦେଖିଥିଲେ। ତେଣୁ ଏଥର ମଧ୍ଯ ଦିବାସ୍ବପ୍ନ ଦେଖିବା କିଛି ନୂଆ କଥା ନୁହେଁ । ବିଜେପି ଓ ଦଳର ନେତାଙ୍କ ଦିବାସ୍ବପ୍ନକୁ ଶୁଭେଚ୍ଛା ଜଣାଇବା ସହ ସେମାନେ ଏଥିରେ ଦକ୍ଷ ହେବା ଭଲ କଥା ବୋଲି କହି କଟାକ୍ଷ କରିଛନ୍ତି ସସ୍ମିତ।