ଗଣତନ୍ତ୍ରକୁ ହତ୍ୟା କରିବାରେ କୌଣସି ସୁଯୋଗ ଛାଡେନି ବିଜେପି : ସସ୍ମିତ ପାତ୍ର

1 min read

ନନ୍ଦିଘୋଷ ବ୍ୟୁରୋ: ବିଜେପି ଗଣତନ୍ତ୍ରକୁ ହତ୍ୟା କରିବାରେ କୌଣସି ସୁଯୋଗ ଛାଡେନି । ଝାରସୁଗୁଡା କିର୍ମିରାରେ ତାହା ପ୍ରମାଣିତ ହୋଇଯାଇଛି ବୋଲି କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ପଂଚାୟତ ପ୍ରତିନିଧି ଓ ବିଶାଳ ଦାସଙ୍କୁ ବେଆଇନ ଭାବେ ଛତିଶଗଡ ପୋଲିସ ଦ୍ୱାରା ଅଟକ ରଖାଗଲା । ଏଥିରୁ ସ୍ପଷ୍ଟ ଯେ ବ୍ଲକରେ ଅନାସ୍ଥା ନେଇ ବିଜେପି ବିବ୍ରତ ଓ ଭୟଭୀତ । ଦୁଇଟି ରାଜ୍ୟର ପୋଲିସ ଲଗାଇ ପଞ୍ଚାୟତ ପ୍ରତିନିଧି ଓ ବିଶାଳ ଦାସଙ୍କୁ ଅଟକାଉଛି । ନବୀନ ପଟ୍ଟନାୟକଙ୍କ ଚିଠି ପରେ ଭୟଭୀତ ହୋଇ ଦୁଇ ରାଜ୍ୟ ପୋଲିସର ବେଆଇନ କାମର ପର୍ଦାଫାସ ହେଲା ।

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଚିଠି ସମ୍ପର୍କରେ DG ଅବଗତ ଅଛନ୍ତି । ନବୀନ ପଟ୍ଟନାୟକ ଏକ ଫ୍ଯାକ୍ଟ ଫାଇଣ୍ଡିଂ ଟିମ ଗଠନ କରିଛନ୍ତି । ବିଜେଡିର ବରିଷ୍ଠ  ନେତା ନିରଞ୍ଜନ ପୂଜାରୀଙ୍କ ନେତୃତ୍ୱରେ ୭ ଜଣିଆ ଟିମ ଗଠନ କରିଛନ୍ତି । ଅନ୍ଯ ସଦସ୍ଯମାନେ ହେଲେ ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ଯୋଗେଶ ସିଂ, ଦେବେଶ ଆଚାର୍ଯ୍ୟ, ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଓ ସୁଦର୍ଶନ ହରିପାଲ । ସେମାନେ ଝାରସୁଗୁଡା ଯାଇ ଅନୁସନ୍ଧାନ କରି ନବୀନଙ୍କୁ ରିପୋର୍ଟ ଦେବେ । ଓଡ଼ିଶା ପୋଲିସ ବିଜେପି ଦ୍ୱାରା ଏମିତି ବ୍ୟବହାର ହେଉଛି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ପ୍ରତି ଧ୍ୟାନ ନାହିଁ । ଯେଉଁଥିପାଇଁ ପୋଲିସ ମିତ୍ରଙ୍କ ହତ୍ୟା ହେଲା । ୮୦ ପ୍ଲାଟୁନ ଫୋର୍ସ ଲଗା ଗଲା । ହେଲେ ପ୍ରଧାନମନ୍ତ୍ରୀ ଆସିବା ଦିନ ରସୁଲଗଡ଼ ଫ୍ଲାଏ ଓଭରରେ ପୋଲିସ ନଥିଲେ । ଗଣତନ୍ତ୍ରକୁ ହତ୍ୟା କରୁଥିବା ବିଜେପିକୁ କେବେ ରାଜ୍ୟବାସୀ କ୍ଷମା ଦେବେନି । ଲୋକେ ଜାଣିଲେଣି ଯେ ବିଜେପିକୁ ଭୋଟ ଦେଇ ଭୁଲ ହୋଇଯାଇଛି ।