spot_img

Latest Posts

ସବୁବେଳେ ମାଆଙ୍କୁ ନିଜ ପାଖରେ ରଖୁଥିବା ଅଭିନେତାଙ୍କର ଆଜି ଜନ୍ମଦିନ

ବଲିଉଡର ସବୁଠୁ ସୁନ୍ଦର ଅଭିନେତାମାନଙ୍କ କଥା କହିଲେ , ଭେଟେରାନ୍ ଅଭିନେତା ଶଶି କପୁରଙ୍କ ନାଁ ମନକୁ ଆସେ । ଶଶି କପୁର ହେଉଛନ୍ତି ବଲିଉଡ ଜଗତର ଜଣେ ଚର୍ଚ୍ଚିତ ଅଭିନେତା ତଥା ପ୍ରଯୋଜକ ।  ହିନ୍ଦୀ ସିନେମା ବ୍ୟତୀତ ସେ ଇଂରାଜୀ ଭାଷାରେ ମଧ୍ୟ ଅନେକ ଫିଲ୍ମ ପ୍ରଡ୍ୟୁସ୍ କରିଛନ୍ତି । ଶଶି କପୁର ଇଣ୍ଡଷ୍ଟ୍ରିରେ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି। ସେ ଅନେକ ହିଟ୍ ମଧ୍ୟ ଦେଇଥିଲେ ସବୁ ପ୍ରକାର ସିନେମାରେ ତାଙ୍କର ଅବଦାନ ପ୍ରଶଂସନୀୟ ଥିଲା। ସିନେମା ଜଗତରେ ଶଶି କପୁରଙ୍କ ଅବଦାନ ପାଇଁ ତାଙ୍କୁ ଅନେକ ଜାତୀୟ ପୁରସ୍କାର ମିଳିଛି ।

୨୦୧୧ ମସିହାରେ ଭାରତ ସରକାରଙ୍କ ତରଫରୁ ତାଙ୍କୁ ପଦ୍ମ ଭୂଷଣ ଦିଆଯାଇ ସମ୍ମାନୀତ କରାଯାଇଥିଲା । ୨୦୧୪ ମସିହାରେ ତାଙ୍କୁ ଦାଦା ସାହେବ ଫାଲକେ ଆଓ୍ବାର୍ଡ ମିଳିଥିଲା । ରାଜ କପୁରଙ୍କର ତୃତୀୟ ପୁତ୍ର ଥିଲେ ଶଶି । ୧୯୪୮ ମସିହାରେ ଫିଲ୍ମ ‘ଆଗ୍‌’ ଜରିଆରେ ସେ ଶିଶୁ କଳାକାର ଭାବେ ନଜର ଆସିଥିଲେ ।

୧୯୬୧ ମସିହାରେ ୟଶ୍‌ ଚୋପ୍ରାଙ୍କ ପଲିଟିକାଲ ଡ୍ରାମା ଫିଲ୍ମ ‘ଧର୍ମପୁତ୍ରରେ’ ଲିଡ୍‌ ରୋଲରେ ଅଭିନୟ କରି ଅନେକ ଦର୍ଶକଙ୍କ ମନରେ ରାଜ କରିଥିଲେ । ୭୦ ରୁ ୮୦ ଦଶକ ମଧ୍ୟରେ ସେ ଜଣେ ଲୋକପ୍ରିୟ କଳାକାର ଭାବେ ଖୁବ ଜଣାଶୁଣା ଥିଲେ । ସବୁଠୁ ଅଧିକ ଶଶି କପୁରଙ୍କୁ ଦର୍ଶକ ଗୋଟେ ଡାଇଲଗ୍ ପାଇଁ ଅଧିକ ମନେ ପକାନ୍ତି । ତାହା ହେଉଛି ଶଶିଙ୍କର ଫେମସ୍ ଡାଇଲଗ୍ ‘ମେରେ ପାସ ମାଆ ହୈ’।

ସେ ସମୟରେ ଅନେକ ରୋମାଣ୍ଟିକ ଫିଲ୍ମ ‘ମୃହବତ୍‌ ଇସକୋ କେହତେ ହେଁ,’ ‘ଜବ ଜବ ଫୁଲ ଖିଲେ’, ‘ନିନ୍‌ଦ ହମାରୀ ଖ୍ବ।ବ୍‌ ତୁମୃହାରେ,’ ‘ରୁଠା ନା କରୋ’ ଆଦି ଫିଲ୍ମରେ ଜବରଦସ୍ତ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିଥିଲେ ଶଶି । ୨୦୧୦ ମସିହାର ଆନୁଆଲ ଫିଲ୍ମଫେୟାର ଆଓ୍ବାର୍ଡସ୍‌ରେ ତାଙ୍କୁ ମିଳିଥିଲା ଫିଲ୍ମଫେୟାର ଲାଇଫଟାଇମ୍‌ ଆଚିଭମେଣ୍ଟ ଆଓ୍ବାର୍ଡ । ଆଜି ତାଙ୍କ ଜନ୍ମ ତିଥିରେ ପ୍ରଣାମ ଓଡିଶା ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ।

Latest Posts

Don't Miss