ସାରୁଆ ଷ୍ଟୁଡିଓରେ ଶ୍ରମିକଙ୍କ ଧାରଣା ପ୍ରସଙ୍ଗ : ଅଧାପନ୍ତରିଆ ଭାବେ ଶେଷ ହେଲା ଆଜିର ମିଳିତ ଆଲୋଚନା

ଭୁବନେଶ୍ୱର : ଖୋର୍ଦ୍ଧା ଜିଲା ସାରୁଆ ସ୍ଥିତ ଓଟିଭି ଷ୍ଟୁଡିଓ ସମ୍ମୁଖରେ ଆନ୍ଦୋଳନରତ ଥିବା କର୍ମଚାରୀ ଏବଂ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏକ ଆଲୋଚନା ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା । ଏହା ମୁତାବକ ଆଲୋଚନା ହୋଇ ଥିଲେ ବି ଏହା ଅଧପନ୍ତରିଆ ଭାବେ ସରିଛି । ଓଟିଭି ପକ୍ଷରୁ ମାନବ ସମ୍ବଳ ବିକାଶ ମୁଖ୍ୟ ପାର୍ଥ ନନ୍ଦି ଓ ତାଙ୍କ ସହଯୋଗ ପ୍ରମୁଖ ଉପସ୍ଥିତ ରହିଥିଲେ । ହେଲେ ପୂର୍ବରୁ ନୋଟିସ ସତ୍ତ୍ୱେ ସାଙ୍ଗରେ ଆଣି ନ ଥିଲେ ଆବଶ୍ୟକୀୟ ନଥିପତ୍ର।

ଆଜିର ଦୀର୍ଘ 3 ଘଣ୍ଟା ପରେ ମଧ୍ୟ ଓଟିଭି କର୍ତ୍ତୃପକ୍ଷଙ୍କ ଅସହଯୋଗ ଯୋଗୁଁ ବାହାରି ପାରିଲାନି କୌଣସି ନିଷ୍କର୍ଷ। ଆସନ୍ତା ୨୬ରେ ପୁଣି ଆଲୋଚନା ପାଇଁ ଉଭୟ ପକ୍ଷଙ୍କ ମଧ୍ୟରେ ସହମତି ହୋଇଥିବା ଜଣାପଡିଛି । ତେଣୁ ୨୬ରେ ଦ୍ୱିତୀୟ ପର୍ଯ୍ୟାୟ  ଆଲୋଚନା ହେବ । ଉଭୟ ପକ୍ଷ ଆବଶ୍ୟକ ନଥିପତ୍ର ସହିତ ହାଜର ହେବାକୁ ଡିଭିଜନାଲ ଶ୍ରମ କମିଶନରଙ୍କ ନିର୍ଦ୍ଦେଶ ଦେଇଛନ୍ତି ।

Illegal Boundary Constructed By OTV In Sarua Demolished By Khordha Dist Administration

ଏହା ବ୍ୟତୀତ ଓଟିଭିର ସାରୁଅ, ଭୁବନେଶ୍ୱର ପଟିଆ ସ୍ଥିତ କାର୍ଯ୍ୟାଳୟ ଓ ଅନ୍ୟ କୋଉଠି କେତେ ଠିକାଦାର ଓ ସେମାନଙ୍କ ଅଧୀନରେ କେତେଜଣ ଶ୍ରମିକ କାର୍ଯ୍ୟରତ ଅଛନ୍ତି ସେ ସମ୍ପର୍କିତ ସର୍ବିଶେଷ ବିବରଣୀ ତଥ୍ୟ ପ୍ରଦାନ କରିବାକୁ ମଧ୍ୟ ଶ୍ରମ ବିଭାଗ ପକ୍ଷରୁ ଓଟିଭି କର୍ତ୍ତୃପକ୍ଷଙ୍କୁ ନୋଟିସ୍ ଜାରି କରାଯାଇଛି ।

Illegal Boundary Constructed By OTV In Sarua Demolished By Khordha Dist Administration

ଆସନ୍ତା 27ତାରିଖ ସୁଦ୍ଧା ତଥ୍ୟ ପ୍ରଦାନ କରିବାକୁ ମହଲତ ଦିଆଯାଇଛି । ଏନେଇ ଡିଭିଜନାଲ ଶ୍ରମ କମିଶନର ଡ଼ଃ ପ୍ରଶାନ୍ତ କୁମାର ତ୍ରିପାଠୀଙ୍କ ସୂଚନା ଦେଇଛନ୍ତି । ସେପଟେ ଓଟିଭି କର୍ତ୍ତୃପକ୍ଷଙ୍କ କାଳକ୍ଷେପଣ ନୀତିକୁ ତୀବ୍ର ନିନ୍ଦା କରିଛନ୍ତି ଠିକା କର୍ମଚାରୀ। ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଶ୍ରମିକଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଓଟିଭି କର୍ତ୍ତୃପକ୍ଷ ଅପଚେଷ୍ଟା କରୁଥିବା ଅଭିଯୋଗ ଅଣାଯାଇଛି । ରାଜ୍ୟ ସରକାରଙ୍କ ଉପରେ ଶ୍ରମିକମାନଙ୍କର ପୂର୍ଣ୍ଣ ଆସ୍ଥା ରହିଛି ଓ ସେମାନଙ୍କୁ ନ୍ୟାୟ ମିଳିବ ବୋଲି  ସେମାନେ ଆଶା ରଖିଛନ୍ତି।

Leave a Reply