ସାରୁଅ ଜମି କେଳେଙ୍କାରୀ: ବୈଜୟନ୍ତ ଓ ଜଗି ମଙ୍ଗତ ପଣ୍ଡାଙ୍କୁ ଗିରଫ ଦାବି

ଭୁବନେଶ୍ୱର: ତୁଟୁନି ଜମି କେଳେଙ୍କାରୀର ଅସଲି ଗୁମର । ଦିନ ଗଡ଼ିବା ସହ ଏହି କେଳେଙ୍କାରୀକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏବ ସାରୁଅ ସମରରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି । ଧିରେ ଧିରେ ତେଜୁଛି ଅଶାନ୍ତି ଷଷ୍ଠ ଦିନରେ ଧାରଣାରେ ବସିଛନ୍ତି ଠିକା କର୍ମଚାରୀ ।  ଠିକା କର୍ମଚାରୀଙ୍କ ଆନ୍ଦୋଳନରେ ସାମିଲ ହୋଇଥିବା ଜାତୀୟ ଦଳିତ ମହାସଂଘ କ୍ୟାପିଟାଲ ଥାନାରେ ମାମଲା ରୁଜୁ କରିଛି ।

ସାରୁଅରେ ୧୪ ଏକର ଚାଷ ଜମି ଚଞ୍ଚକତା କରି ବୈଜୟନ୍ତ ଓ ଜଗି ମଙ୍ଗତ ପଣ୍ଡା ନିଜ ନାମରେ କରାଇ ନେଇଥିବା ନେଇ ମାମଲା ରୁଜୁ ହୋଇଛି । ଓଡ଼ିଶା ଇନ୍‌ଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଏହି ଜମି ହଡ଼ପ ହୋଇଥିବା ଅଭିଯୋଗ କରି ବୈଜୟନ୍ତ ଓ ଜଗିଙ୍କୁ ଗିରଫ କରିବାକୁ ଦାବି କରିଛି ମହାସଂଘ ।

Illegal Boundary Constructed By OTV In Sarua Demolished By Khordha Dist Administration

ଗତ ୪ ତାରିଖରେ ଆନ୍ଦୋଳନରେ ସାମିଲ ଥିବା ମହାସଂଘ ଅନୁସନ୍ଧାନ କରି ଜାଣିବାକୁ ପାଇଛି ଯେ, ଦଳିତଙ୍କ ଜମିକୁ ସଂପୂର୍ଣ୍ଣ ଅନ୍ୟାୟ ଓ ଅନୈତିକ ଭାବେ ଦଖଲ କରାଯାଇଛି । ଅନୁସୂଚିତ ଜାତି ଓ ଜନଜାତି ଆଇନ ଅନୁଯାୟୀ ତୁରନ୍ତ ଗିରଫ କରିବାକୁ ମହାସଂଘ ଦାବି କରିଛି । ସେପଟେ ୫ ଦଫା ଦାବି ନେଇ ଷଷ୍ଠ ଦିନରେ ଧାରଣାରେ ବସିଛନ୍ତି ଠିକା କର୍ମଚାରୀ ।

Leave a Reply