ସାରୁଅ ଜମି କେଳେଙ୍କାରୀ : ମାମଲା ରଦ୍ଦ କରିବାକୁ ଆବେଦନ କରିଥିଲେ ଜଗି ଓ ଜୟ ପଣ୍ଡା
ଭୁବନେଶ୍ୱର: ସାରୁଅ ଜମି ଜାଲିଆତି ମାମଲାରେ ବଢିଲା ଜଗି ଓ ଜୟ ପଣ୍ଡାଙ୍କ ଅଡୁଆ । ମାମଲାକୁ ରଦ୍ଧ କରିବାକୁ ହୋଇଥିବାମାମଲା ଉପରେ ଆଜି ହାଇକୋର୍ଟରେ ଶୁଣାଣି ହେବ । ସାରୁଅ ଜମି ଜାଲିଆତିର ମାମଲା କ୍ରାଇମବ୍ରାଞ୍ଚ ନେଲା ପରେ କ୍ରାଇମବ୍ରାଞ୍ଚର ଅର୍ଥନୈତକ ଅପରାଧିକ ଶାଖା ପ୍ରେସମିଟ କରି ଜାଲିଆତି ହୋଇଥିବା କଥା କହିଥିଲା । ଗିରଫ ଭୟରେ ୫ ତାରିଖରେ ହାଇକୋର୍ଟରୁ ଆଗୁଆ ଜାମିନ ଆଣିବାରେ ସମର୍ଥ ହୋଇଥିଲେ ଜଗି ଓ ଜୟ ପଣ୍ଡା । ଏହା ସହିତ ମାମଲା ରଦ୍ଦ କରିବାକୁ ଆବେଦନ କରିଥିଲେ । ଯାହାକି ଗତକାଲି ଯାଏଁ ସୁରକ୍ଷିତ ଥିଲା ।
ଆଜି ଏହି ମାମଲାର ଶୁଣାଣି ହେବ । ଅର୍ଥାତ ଆଜି ଯାଏଁ ସେମାନଙ୍କୁ ଗିରଫ କରାଯାଇପାରିବନି । ସେପଟେ ସାରୁଅ ଷ୍ଟୁଡିଓ ଆଗରେ ୧୩ଦିନରେ ପହଞ୍ଚିଲାଣି ଠିକା କର୍ମଚାରୀଙ୍କ ଆନ୍ଦୋଳନ । ହେଲେ ବାହାରି ପାରୁନି ସମାଧାନର ବାଟ । ଓଲଟା ମିଛ ଅଭିଯୋଗ ଆଣିଛନ୍ତି ଜଗିମଙ୍ଗତଙ୍କ ବାପା ରଣଧୀର ସିଂ । ତାଙ୍କୁ ଗୃହବନ୍ଦୀ କରି ରଖାଯାଇଥିବା ନେଇ ଏକ ଭିଡିଓ ଆସିଥିଲା । ତେବେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଆନ୍ଦୋଳନରତ ଠିକା କର୍ମଚାରୀ । ଶାନ୍ତିପୂର୍ଣ୍ଣ ଭାବେ ସେମାନେ ଧାରଣାରେ ବସିଛନ୍ତି, ଓଲଟା ଷ୍ଟୁଡିଓ ଭିତରୁ ତାଲା ପଡିଛି ।
ଏହାସହ ସେମାନେ ଜିନିଷପତ୍ର ନେବା ଆଣିବା ବେଳେ କେବେ ବି ରୋକ୍ଟୋକ୍ କରାଯାଇନି । ଆବଶ୍ୟକ ସାମଗ୍ରୀ ଷ୍ଟୁଡିଓ ଭିତରକୁ ଯାଉଛି । ଧାରଣାରେ ବସିଥିବା କର୍ମଚାରୀଙ୍କୁ ଧମକ ଚମକ ଦେବା ସହ ଷ୍ଟୁଡିଓ କର୍ତ୍ତୃପକ୍ଷ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଏଭଳି ସ୍ଥିତିରେ କାହିଁକି, ମିଛ ଅଭିଯୋଗକୁ ଅସ୍ତ୍ର କରି କାହିଁକି ଗରିବ କର୍ମଚାରୀଙ୍କୁ ଟାର୍ଗେଟ୍ କରୁଛନ୍ତି ବୋଲି ଆନ୍ଦୋଳନକାରୀ ପ୍ରଶ୍ନ କରିଛନ୍ତି ।