କର୍ମଚାରୀଙ୍କ ମୁଣ୍ଡରେ ଅଠା ବୋଳି ଖସିବାକୁ ପଣ୍ଡା ଦମ୍ପତିଙ୍କ ଉଦ୍ୟମ

Sarua-Land-Scam-Panda-Couple-Alleged-Everything-Managed-By-Employee

କଟକ: କର୍ମଚାରୀଙ୍କ ବଳରେ ବଳିୟାନ୍ ହେଲେ, ସାମ୍ରାଜ୍ୟ ବଢ଼ାଇଲେ । ଅବୈଧ ଭାବେ ଖୋର୍ଦ୍ଧା ସାରୁଅରେ ଦଳିତଙ୍କ ଜମି ବି ହାତେଇଲେ । ଯେତେବେଳେ ସବୁକିଛି ସତ ଧରାପଡ଼ିଗଲା ତ ନିଜକୁ ନିର୍ଦ୍ଦୋଷ କହି ସବୁ ଦୋଷ କର୍ମଚାରୀଙ୍କ ଉପରେ ନଦି ଦେଲେ । ସାରୁଅ ଜମି କେଳେଙ୍କାରୀ ମାମଲାରେ ଫସିଥିବା ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡର ପ୍ରମୋଟର ବୈଜୟନ୍ତ ପଣ୍ଡା ଓ ଜଗି ମଙ୍ଗତ ପଣ୍ଡା ଆରମ୍ଭ କରିଛନ୍ତି ବ୍ଲେମ୍ ଗେମ୍ । ପଣ୍ଡା ଦମ୍ପତି ନିଜର ସୁରକ୍ଷା କରିବାକୁ ଯାଇ ସବୁ ଦୋଷ କର୍ମଚାରୀଙ୍କ ଉପରେ ଲଦି ଦେଇଛନ୍ତି ।

Sarua Land Scam, Panda Couple Alleged Everything Managed By Employee

ସାରୁଅରେ ଦଳିତ ଜମି ହଡ଼ପ ଘଟଣାରେ ସବୁ ଦୋଷ ଓଡ଼ିଶା ଇନଫ୍ରାଟେକ ପ୍ରାଇଭେଟ୍ ଲିମିଟେଡର ପୂର୍ବତନ କର୍ମଚାରୀଙ୍କ ଉପରେ ଲଦିଛନ୍ତି ପଣ୍ଡା ଦମ୍ପତି । କର୍ମଚାରୀଙ୍କୁ ଦୋଷୀ କରି ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି ବୈଜୟନ୍ତ ଓ ଜଗି ମଙ୍ଗତ ପଣ୍ଡା । ଜମି କେଳେଙ୍କାରୀରେ ପଣ୍ଡା ମାମଲାରେ ଗିରଫଦାରୀ ଭୟ ଥିବାରୁ ପଣ୍ଡା ଦମ୍ପତି ଆଗୁଆ ଜାମିନ ଆବେଦନ କରିଛନ୍ତି । ହାଇକୋର୍ଟରେ ହୋଇଥିବା ଆବେଦନରେ ପଣ୍ଡା ଦମ୍ପତି ଓଡ଼ିଶା ଇନଫ୍ରାଟେକରେ ଆଦୌ ମୁଣ୍ଡ ପୂରାଉନଥିଲେ ବୋଲି କହିଛନ୍ତି । ସବୁ ଦୈନନ୍ଦିନ କାର୍ଯ୍ୟ ସଂସ୍ଥାର ପୂର୍ବତନ ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀ ଓ ବିଭୁ ରଥ ବୁଝୁଥିଲେ ବୋଲି ଆବେଦନରେ ଦର୍ଶାଇଛନ୍ତି ପଣ୍ଡା ଦମ୍ପତି ।

Sarua Land Scam, Panda Couple Alleged Everything Managed By Employee

ଓଡ଼ିଶା ଇନଫ୍ରାଟେକରେ ମନୋରଞ୍ଜନ ଷଡ଼ଙ୍ଗୀ ଓ ବିଭୁ ରଥ କେବଳ କର୍ମଚାରୀ ଥିଲେ । ପ୍ରକୃତ ମାଲିକ ଥିଲେ ବୈଜୟନ୍ତ ଓ ଜଗି ପଣ୍ଡା । କିନ୍ତୁ ସେମାନେ ନିଜକୁ ଦାୟିତ୍ୱମୁକ୍ତ କରି ଆଇନର ପଞ୍ଝାରୁ ଖସିଯିବାକୁ ସାରୁଅ ଜମି କେଳେଙ୍କାରୀ ମାମଲାରେ କର୍ମଚାରୀଙ୍କ ଉପରେ ଦୋଷ ଲଦିଛନ୍ତି । ସେହିଭଳି ପଣ୍ଡା ପରିବାରର ସଂସ୍ଥାରେ ରବି ସେଠୀ ଜଣେ ଡ୍ରାଇଭର ଭାବେ ଚାକିରି କରୁଥିଲେ । ପଣ୍ଡା ଦମ୍ପତି ଜାମିନ ଆବେଦନରେ ରବି ସେଠୀଙ୍କୁ କେବଳ ଜଣେ ଜମି ମଧ୍ୟସ୍ଥି ଭାବେ ଦର୍ଶାଇଛନ୍ତି ।

Sarua Land Scam, Panda Couple Alleged Everything Managed By Employee

ପଣ୍ଡା ଦମ୍ପତି କର୍ମଚାରୀଙ୍କୁ ମୋହରା କରି ଧମକ ଚମକ ଦେଇ ସାମ୍ରାଜ୍ୟ ବିସ୍ତାର କରିଥିଲେ । ଏବେ ସବୁ ସତ ଜଣାପଡ଼ିବା ପରେ ନିଜକୁ ବଞ୍ଚାଇକୁ ବୈଜୟନ୍ତ ଓ ଜଗି କେତେ ଆଉ ମିଛ କହିବେ ? ଜମି କେଳେଙ୍କାରୀରେ ହୋଇଥିବା ସବୁ ବେଆଇନ୍ କାମ ପାଇଁ ପଣ୍ଡା ଦମ୍ପତି ମନୋରଞ୍ଜନ ଷଡ଼ଙ୍ଗୀ ଓ ବିଭୁ ରଥଙ୍କୁ ଦାୟୀ କରିଛନ୍ତି । ପଣ୍ଡା ଦମ୍ପତିଙ୍କ ଏଭଳି କାର୍ଯ୍ୟ ପାଇଁ କମ୍ପାନୀ ଉପରୁ ଭରସା ହରାଇ ସାରିଲେଣି କର୍ମଚାରୀ । ମାଲିକ ମାଲିକିଆଣୀଙ୍କ ଏଭଳି ସ୍ୱାର୍ଥପର କାର୍ଯ୍ୟ କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ମଧ୍ୟରେ ଥିବା ବିଶ୍ୱାସର ସେତୁ ଭାଙ୍ଗି ଦେଇଛି । ବହୁ କର୍ମଚାରୀ କମ୍ପାନୀ ଛାଡ଼ିଥିବା ବେଳେ ଅନ୍ୟମାନେ ଛାଡ଼ିବା ପ୍ରକ୍ରିୟାରେ ଅଛନ୍ତି ।

Leave a Reply