କର୍ମଚାରୀଙ୍କ ଧାରଣା ପ୍ରସଙ୍ଗ : ଓଟିଭି ଏମଡିଙ୍କୁ ଯୁଗ୍ମ ଶ୍ରମ କମିଶନରଙ୍କ ଚିଠି

ଭୁବନେଶ୍ୱର: ଓଟିଭି ଏମଡି ଜଗି ପଣ୍ଡାଙ୍କୁ ଯୁଗ୍ମ ଶ୍ରମ କମିଶନରଙ୍କ ନୋଟିସ । ଗତ ତିନିଦିନ ହେଲା ଖରା ଓ ଶୀତରେ ଫାଟକ ସମ୍ମୁଖରେ ପାଲ ଟାଣି ପଡ଼ି ରହିଛନ୍ତି ପୁରୁଷ ଓ ମହିଳା କର୍ମଚାରୀ । ଏମାନଙ୍କଠୁ ଓଟିଭି କର୍ତ୍ତୃପକ୍ଷ ଶାଗ ମାଛ ଦରରେ ଜମି ହଡ଼ପ କରି ଲୋଭନୀୟ ଅଫର ଦେଇଥିଲେ । କଥା ଦେଇଥିଲେ ଚାକିରି ମିଳିବ  । ହେଲେ ୫ – ୬ ବର୍ଷ ଧରି ଠିକା ଶ୍ରମିକ ଭାବେ କାମ କରାଇବା ପରେ ସେମାନଙ୍କୁ ବାହାର କରିଦେଇଛନ୍ତି ଓଟିଭି ମାଲିକାଣୀ ଜଗିମଙ୍ଗତ ପଣ୍ଡାଙ୍କ ବାପା ଓ ଭାଇ । ତିନି ଦିନ ହେଲା ଫାଟକ ଆଗରେ ନ୍ୟାୟ ପାଇଁ ବସି ରହିଥିଲେ ବି କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ଆଡ଼ ଆଖିରେ ଅନାଉନାହାନ୍ତି  । ଏନେଇ ଖୋର୍ଦ୍ଧା ଜିଲ୍ଲା ଅତିରିକ୍ତ ଶ୍ରମ ଅଧିକାରୀଙ୍କୁ ୫ ଦଫା ଦାବି ସମ୍ବଳିତ ଦାବିପତ୍ର ଠିକା କର୍ମଚାରୀ ଦେଇଥିବା ଜଣାପଡିଛି ।

ଅପରପକ୍ଷରେ ପୁଣି ଦିନିକିଆ ରିମାଣ୍ଡରେ ଓଡ଼ିଶା ଇନଫ୍ରାଟେକର ନିର୍ଦ୍ଦେଶକ ମନୋରଂଜନ ଷଡ଼ଙ୍ଗୀ । ସାରୁଅ ଜମି ଚଞ୍ଚକତା ମାମଲାରେ ଗିରଫ ନିର୍ଦ୍ଦେଶକଙ୍କୁ ଆସନ୍ତାକାଲି ପୁଣି ଜେରା କରିବ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ଆଜି ଉଭୟ ନିର୍ଦ୍ଦେଶକ ଓ ଏଜେଣ୍ଟ ଶିବପ୍ରସାଦ ଶ୍ରୀଚନ୍ଦନଙ୍କୁ ମୁହାଁମୁହିଁ ଜେରା କରିଥିଲେ ତଦନ୍ତକାରୀ ଅଧିକାରୀ । କୁହାଯାଉଛି, ଯଦି ଉଭୟ ସତ କୁହନ୍ତି, ତେବେ ଜଗି ଓ ଜୟଙ୍କ ମୁଖା ଖୋଲିଯିବ ବୋଲି ସମୀକ୍ଷକମାନେ ମତ ଦେଇଛନ୍ତି ।

ସେପଟେ ଏହି ରିମାଣ୍ଡ ସମୟରେ ଅର୍ଥନୈତିକ ଅପରାଧା ଶାଖାକୁ ମିଳିଛି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ । ସୂଚନା କହୁଛି, ଜମି ଜାଲିଆତିର ଆହୁରି ଅନେକ ଦସ୍ତାବିତ ଲାଗିଛି କ୍ରାଇମବ୍ରାଞ୍ଚ ହାତରେ । ତେବେ  ନିର୍ଦ୍ଦେଶକ ମନୋରଂଜନ ଷଡ଼ଙ୍ଗୀ ଓ ଶିବ ପ୍ରସାଦଙ୍କ ପରେ ଏବେ କାହା ପାଳି ? ସାରୁଅ ସ୍କାମ୍‌ର ମାଷ୍ଟରମାଇଣ୍ଡ କିଏ ?ଦୁଇଜଣଙ୍କ ଗିରଫଦାରୀ ପରେ ଜଗି ଓ ବୈଜୟନ୍ତଙ୍କ ଏକାଧିକ କଂପାନୀର କର୍ମଚାରୀ ଓ ଅଧିକାରୀଙ୍କ ଛାତିରେ କଂପନ ସୃଷ୍ଟି ହୋଇଛି । କାରଣ କେବଳ ନାଲି ଆଖି ଦେଖାଇ ଦଳିତଙ୍କ ଜମି ଲୁଟ୍ ହୋଇନି ବଂର ଚାପ ପକାଇ ବିଭିନ୍ନ କର୍ମଚାରୀଙ୍କ ନାଁରେ ମଧ୍ୟ କିଣା ଯାଇଛି ।

Leave a Reply