ଖୋର୍ଦ୍ଧା ସାରୁଆ ଜମି କେଳେଙ୍କାରୀ ମାମଲାରେ ବାଘମାରୀ ଥାନାରେ ହାଜର ହେଲେ ଓଟିଭି କର୍ମଚାରୀ

ଖୋର୍ଦ୍ଧା: ଖୋର୍ଦ୍ଧା ସାରୁଅ ଜମି ଚଞ୍ଚକତା ମାମଲା । ବାଘମାରୀ ଥାନାରେ ହାଜର ହେଲେ ଓଟିଭିର ତିନି କର୍ମଚାରୀ । ଏଥିରେ ଜଣେ ପୂର୍ବତନ କର୍ମଚାରୀ ଥିବାବେଳେ ଏବେର ଦୁଇ ଜଣ କର୍ମଚାରୀ ଅଛନ୍ତି । ଓଟିଭିର ଚିଫ ଫାଇନାନସିଆଲ ଅଫିସର ମନୋରଞ୍ଜନ ଷଡ଼ଙ୍ଗୀ, ସାରୁଅ ଷ୍ଟୁଡିଓ ଦାୟିତ୍ୱରେ ଥିବା ଅଧିକାରୀ ଅନିରୁଦ୍ଧ ପଣ୍ଡା ଏବଂ ସାରୁଅ ପ୍ରୋଜେକ୍ଟ ଦାୟିତ୍ୱରେ ଥିବା ପୂର୍ବତନ କର୍ମଚାରୀ ସଲିଲ ମହାନ୍ତି ବାଘମାରୀ ଥାନାରେ ହାଜର ହୋଇଛନ୍ତି ।

ପୋଲିସ ସେମାନଙ୍କୁ ପଚରାଉଚରା କରୁଛି । ହାଜର ପାଇଁ ପୂର୍ବରୁ ପୋଲିସ ପକ୍ଷରୁ ନୋଟିସ ହୋଇଥିଲା । ଅନ୍ୟପଟେ ଗତକାଲି ପରି ଆଜି ମଧ୍ୟ ଭୁବନେଶ୍ୱର ପଟିଆସ୍ଥିତ ଓଟିଭି ଅଫିସରେ ପୋଲିସ ଯାଞ୍ଚ କରିବ ବୋଲି ସୂଚନା ମିଳିଛି । ଗତକାଲି ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ୫ ଜଣିଆ ଟିମ୍ ଦୀର୍ଘ ୭ ଘଣ୍ଟା ଧରି ଓଟିଭି ଅଫିସରେ ଯାଞ୍ଚ କରିଥିଲେ  । ଓଟିଭି କର୍ତ୍ତୃପକ୍ଷଙ୍କ ଦ୍ୱାରା ଜମି ଚଞ୍ଚକତା ନେଇ ଖୋର୍ଦ୍ଧା ବାଘମାରୀ ଥାନାରେ ସାରୁଅ ଗାଁଲୋକ ଅଭିଯୋଗ କରିବା ପରେ ପୋଲିସ  ତଦନ୍ତ ଆରମ୍ଭ କରିଛି । ୨ଟି ଏତଲାକୁ ଭିତ୍ତିକରି ତଦନ୍ତ ଆରମ୍ଭ କରିଛି ପୋଲିସ । ଏତଲାରେ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡାଙ୍କ ସହ ତାଙ୍କ ବାପା ଓ ଭାଇଙ୍କ ନାଁ ରହିଛି ।

Leave a Reply