ଚୋରି କରି ବନ୍ଧା ହେଲେ ସରପଞ୍ଚଙ୍କ ସ୍ୱାମୀ ଓ ଭାଇ

ଢ଼େଙ୍କାନାଳ: ଚୋରି କରି ବନ୍ଧା ହେଲେ ସରପଞ୍ଚଙ୍କ ସ୍ୱାମୀ ଓ ଭାଇ। ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ସାରୁଆଳୀ ପଞ୍ଚାୟତରେ । ସାରୁଆଳୀ ସରପଞ୍ଚ ଶର୍ମିଳା ନାଏକଙ୍କ ସ୍ୱାମୀ ଦେବେନ୍ଦ୍ର ନାଏକ ପଞ୍ଚାୟତ ଅଫିସରେ ଥିବା ଡିଜି କୌଶଳରେ ଚୋରି କରି ନେଇଥିଲେ । ଏଥିରେ ସହଯୋଗ କରିଥିଲେ ସରପଞ୍ଚଙ୍କ ଭାଇ ତୁମୁସିଙ୍ଗା ଥାନା ପଣ୍ଡୁଆ ଗାଁର ପ୍ରଶାନ୍ତ ନାଏକ ।

ଯାହାକୁ ନେଇ କାମାକ୍ଷାନଗର ବିଡ଼ିଓ ବିକାଶ କୁମାର ମହାନ୍ତି କାମାକ୍ଷାନଗର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ସରପଞ୍ଚ ଶର୍ମିଳାଙ୍କ ସ୍ୱାମୀ ଦେବେନ୍ଦ୍ର ନାଏକ ଓ ଭାଇ ପ୍ରଶାନ୍ତ ନାଏକକୁ ଗିରଫ କରିବା ସହ ଡିଜି ଜେନେରେଟର ମେସିନ ଏବଂ ଚୋରି ପାଇଁ ବ୍ୟବହାର କରାଯାଇଥିବା ଏକ ସୁଇଫ୍ଟ ଡିଜାୟାର କାରକୁ ଜବତ କରିଛି । ଯାହାକୁ ନେଇ ସମଗ୍ର କାମାକ୍ଷାନଗର ଅଞ୍ଚଳରେ ତୀବ୍ର ସମାଲୋଚନା କରାଯାଇଥିବା ଦେଖିବାକୁ ମିଳିଛି ।

Leave a Reply