ଝିଅରୁ ବୋହୂ ହୋଇଥିବା କରୀନାଙ୍କୁ ନେଇ କ’ଣ କହିଲେ ଶର୍ମିଲା

ମୁମ୍ବାଇ: ସାଧାରଣତଃ ଶାଶୁ ବୋହୂଙ୍କ କଥା ଉଠିଲେ ସମସ୍ତେ ପ୍ରାୟ ଏକ ଅପ୍ରୀତିକର ସମ୍ପର୍କକୁ ମନକୁ ଆଣନ୍ତି । ଅନେକ ଚଳଚିତ୍ର ମାଧ୍ୟମରେ ମଧ୍ୟ ଏହି ସମ୍ପର୍କକୁ ଅପ୍ରିୟ ଭାବେ ଚିତ୍ରିତ କରାଯାଇଥିବାର ନଜରରେ ଅଛି । ଏକ ପୁରୁଷ ଜୀବନରେ ତା’ର ସ୍ତ୍ରୀ ଓ ମା’ଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ ରହିଥିବାବେଳେ ଅନେକ ସମୟରେ ଏଥିରେ କଳହ ଦେଖାଦେଇଥାଏ । ଯାହା ଦ୍ୱାରା ପୁରୁଷ ଲୋକଟିକୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ ।

Image result for sharmila with kareena

ତେବେ କିଛି କ୍ଷେତ୍ରରେ ଏହା ଭୁଲ୍ ବୋଲି ସାବ୍ୟସ୍ତ ହୋଇସାରିଛି । ତେବେ ଏଠାରେ ଆମେ ଏମିତି ଏକ ସମ୍ପର୍କ ସମ୍ବନ୍ଧରେ ଆଲୋଚନା କରିବା ଓ ଦେଖିବା ନିଜ ସମ୍ପର୍କକୁ ନେଇ କ’ଣ କୁହନ୍ତି ଏହି ଅତି ଜଣାଶୁଣା ଶାଶୁ ବୋହୁ…

Image result for sharmila with kareena

ଏକ ସାକ୍ଷାତକାରରେ ଆସି କରୀନା କପୁର ଖାଁ ନିଜ ଶାଶୁ ଶର୍ମିଲା ଟାଗୋରଙ୍କୁ ଗୋଟିଏ ଝିଅ ଓ ବୋହୂ ମଧ୍ୟରେ ପାର୍ଥକ୍ୟ ପଚାରିଥିଲେ । ତେବେ ଏହାର ଉତ୍ତର ଦେବାକୁ ଯାଇ ଶର୍ମିଲା କହିଛନ୍ତି କି “ଝିଅ ହେଉଛି ସେ ଯାହା ସହ ଆପଣ ପ୍ରଥମରୁ ବଢି ଥାଆନ୍ତି । ତା’ର ପ୍ରତ୍ୟକ କଥା ପ୍ରଥମରୁ ଜାଣି ଥା’ନ୍ତି । ତା’ର କେଉଁଥିରେ ରୁଚ଼ି କେଉଁଥିରେ ନାହିଁ, ତା’ର ଜିଦି, ତା’ର ଅଭ୍ୟାସ ସବୁଥିରେ ଆଗରୁ ଅବଗତ ଥା’ନ୍ତି । ତେବେ ବୋହୂ ଯୁବାବସ୍ଥାରେ ହିଁ ଆପଣଙ୍କ ପାଖକୁ ଆସେ । ତେବେ ଏହାପରଠାରୁ ହିଁ ଆପଣଙ୍କୁ ତାକୁ ବୁଝିବାକୁ ଓ ଜାଣିବାକୁ ଚେଷ୍ଟା କରିବା ଆବଶ୍ୟକ । ଏଥିପାଇଁ ସମୟ ଲାଗେ । ଗୋଟେ ଝିଅ ଯେତେବେଳେ ସବୁକିଛି ଛାଡ଼ି ଆପଣଙ୍କ ଘରକୁ ଆସୁଛି ତେବେ ଆପଣଙ୍କୁ ହିଁ ତାକୁ ସ୍ୱାଗତ କରି ତା’ ସହ ମିଶିବା ଆବଶ୍ୟକ । ଆପଣଙ୍କୁ ହିଁ ତା’ ସହ ଖାପଖୁଆଇ ଚଳିବା ଆବଶ୍ୟକ  । ”

Related image

ଏହାସହ ସେ କହିଛନ୍ତି ଯେ ପ୍ରଥମ ସମୟରେ ପ୍ରତ୍ୟକ ଦମ୍ପତି ନିଜକୁ ସମୟ ଦେଇ ନିଜେ ନିଜକୁ ଜାଣିବାକୁ ମଧ୍ୟ ଚେଷ୍ଟା କରିଥା’ନ୍ତି । ତେବେ ଏଥିପାଇଁ ସେମାନଙ୍କୁ ତାଙ୍କ ଜୀବନ ତାଙ୍କ ଶୈଳୀରେ ବଞ୍ଚିବା ପାଇଁ ଉଚିତ ସମୟ ଦେବା ଆବଶ୍ୟକ ଏବଂ ତାଙ୍କ ଦାମ୍ପତ୍ୟ ଜୀବନ ଭିତରେ ହସ୍ତକ୍ଷେପ କରିବା ଜମାରୁ ଉଚିତ ନୁହେଁ । ଶର୍ମିଲା ଏହି କଥାକୁ ସ୍ପଷ୍ଟ ଭାବେ କହିଛନ୍ତି ଯେ,”ଯଦି ମୁଁ କହିବି ମୋ ପୁଅ ଏଇଟା ଖାଇବାକୁ ଭଲ ପାଏ କିମ୍ବା ସେଇଟା ଖାଇବାକୁ ଭଲପାଏ.. ତେବେ ଏହା ଆଦୌ ଉଚିତ ହେବନାହିଁ । ଏହା ବୋହୂ ଆଗରେ ସୋ’ କରିବା ଭଳି ହୋଇଯିବ । ତେବେ ଏପରି ନକରି ସେମାନଙ୍କ ରୁଚି ଅନୁସାରେ ସେମାନେ ନିଜେ ନିଜକୁ ଜାଣିବା ପାଇଁ ଛାଡିଦେବା ଆବଶ୍ୟକ ।”

Leave a Reply