ନିୟମ ଉଲ୍ଲଂଘନ କରିବାରୁ ଓଡ଼ିଶାରେ ସବୁଠୁ ଅଧିକ ଟଙ୍କାର ଜରିମାନା

ବରଗଡ଼: କରୋନା କାଳରେ ସରକାରଙ୍କ ବିଭିନ୍ନ ପ୍ରକାର ପଦକ୍ଷେପ କାରଣରୁ ଓଡ଼ିଶାରେ କରୋନା ନିୟନ୍ତ୍ରଣକୁ ଆସିଛି । କୋଭିଡ଼ ପରିଚାଳନା ପାଇଁ ଓଡ଼ିଶାକୁ ଖୁବ୍ ପ୍ରସଂଶା ମଧ୍ୟ କରାଯାଉଛି । କିନ୍ତୁ କେତକ ଅମାନିଆଙ୍କ ନିୟମ ଉଲ୍ଲଂଘନ କାରଣରୁ ବିଭିନ୍ନ ପ୍ରକାର ସମସ୍ୟାରେ ପଡ଼ୁଛନ୍ତି ସରକାର । ଏହି ସମୟରେ ଆନ୍ଦୋଳନ କରିବା ପଡ଼ିଛି ମହଙ୍ଗା  । ଏବଂ ଏହାର ଭରଣ ସ୍ୱରୂପ ସରପଞ୍ଚଙ୍କୁ ଏକ ଲକ୍ଷ ଟଙ୍କା ଜରିମାନା କରାଯାଇଛି ।

ଘଟଣା ଘଟିଛି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକରେ । ଗୌରେନ ମୁଣ୍ଡା ପଂଚାୟତରେ କିରୋସିନି ଘୋଟଲା ହୋଇଥିବା ଅଭିଯୋଗରେ ଗତକାଲି ବିଡ଼ିଓ ଅଫିସ ଘେରାଉ କରିଥିଲେ  ଶତାଧିକ ଗ୍ରାମବାସୀ । ସରପଂଚ ମାଲବ ସାହୁଙ୍କ ନେତୃତ୍ୱରେ ପ୍ରାୟ୧୫୦ଜଣ ଗ୍ରାମବାସୀ ବିଡିଓ ଅଫିସକୁ ଯାଇଥିବା ବେଳେ କୋଭିଡ ନିୟମ ଉଲଘଂନ କରାଯାଇଛି ବୋଲି ଗାଇସିଲେଟ ବିଡ଼ିଓ ନିରଞ୍ଜନ ସାଏ ଏକ ଲକ୍ଷ ଟଙ୍କା ସରପଞ୍ଚଙ୍କୁ ଜରିମାନା କରିଛନ୍ତି । ଏତେ ଟଙ୍କାର ଜରିମାନା କୋଭିଡ ନିୟମ ଉଲ୍ଲଂଘନ କରିବା ଓଡ଼ିଶାରେ ପ୍ରଥମ ଘଟଣା ।

Leave a Reply