ଡ୍ରଗ୍ସ କନେକ୍ସନରେ ଏହି ଦୁଇ ପ୍ରସିଦ୍ଧ ଅଭିନେତ୍ରୀଙ୍କ ନାମ ନେଲେ ରିୟା!
1 min readମୁମ୍ବାଇ: ସୁଶାନ୍ତ ସିଂ ମୃତ୍ୟୁ ମାମଲା ଅଡ଼ୁଆ ସୂତାରେ ଛନ୍ଦି ହେବାରେ ଲାଗିଛି । ମୃତ୍ୟୁକୁ ନେଇ ଛାନଭିନ୍ ହେଉ ହେଉ ଖୋଲୁଛି ଗୋଟିଏ ପରେ ଗୁମର । ମୃତ୍ୟୁ ସହିତ କ’ଣ ରହିଛି ଡ୍ରଗ୍ସ କନେକ୍ସନ । ଏହାକୁ ନେଇ ତଦନ୍ତ କରୁଛି ସିବିଆଇ । ରିୟାଙ୍କ ଜାମିନ ମଧ୍ୟ ଖାରଜ ହୋଇଛି । ରିୟାଙ୍କ ସମେତ ତାଙ୍କ ଭାଇ ସୌବିକ,ସାମୁଏଲ ମିରାଣ୍ଡା ଏବଂ ନୀରଜଙ୍କ ଜାମିନ ମଧ୍ୟ ଖାରଜ କରିଛନ୍ତି କୋର୍ଟ । ତେବେ ଡ୍ରଗ୍ସ କାରବାରକୁ ନେଇ ସମ୍ପୃକ୍ତି ଥିବା ନେଇ ରିୟା ସ୍ୱୀକାର କରିଥିବା ବେଳେ ପଚରାଉଚରାରେ ୨୫ ଜଣ ବଲିଉଡ ସେଲିବ୍ରିଟିଙ୍କ ନାମ ନେଇଥିବା ଶୁଣିବାକୁ ମିଳିଛି ।
#Exclusive on @thenewshour | Details of the alleged B-Town drug ring: NCB has a list of 25 A-Listers
TIMES NOW accesses 3 names from the list.
Top NCB sources: Rhea names Sara Ali Khan & Rakulpreet Singh, designer Simone KhambattaPriyank with details. | #RheaNamesBTownStars pic.twitter.com/GPtRyuFXSr
— TIMES NOW (@TimesNow) September 11, 2020
ସୂଚନା ମୁତାବକ ଏନସିବି ଡ୍ରଗ୍ସ କାରବାର ସମ୍ପର୍କରେ ରିୟାଙ୍କୁ ପଚରାଉଚରା ସମୟରେ ରିୟା ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ସାରା ଅଲି ଖାନ ଏବଂ ରକୁଲପ୍ରୀତଙ୍କ ନାମ ନେଇଛନ୍ତି । ତେବେ କେବଳ ସାରା ଏବଂ ରକୁଲ ନୁହଁନ୍ତି ବରଂ ଡିଜାଇନର ସିମୋନ ଖମ୍ବାଟାଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି ।
ଗଣମାଧ୍ୟମରେ ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ରିୟାଙ୍କ ସମେତ ଅନ୍ୟ କେତେକ ଧୂମ୍ରପାନ କରୁଥିବାର ନଜର ଆସିଛି ।