ସପ୍ନା ଚୌଧୁରୀଙ୍କ ନାମରେ ଆରେଷ୍ଟ ଓ୍ବାରେଣ୍ଟ; ୨୨ ତାରିଖ ସୁଦ୍ଧା ଗିରଫ ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ

ଲକ୍ଷ୍ନୌ: ପ୍ରଖ୍ୟାତ ଡ୍ୟାନସର ସପ୍ନା ଚୌଧୁରୀଙ୍କ ବିରୋଧରେ ଗିରଫ ପରଓ୍ବାନା । ତାଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଛନ୍ତି ଲକ୍ଷ୍ମୌର ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶାନ୍ତନୁ ତ୍ୟାଗୀ । ଆସନ୍ତା ୨୨ ତାରିଖ ସୁଦ୍ଧା ତାଙ୍କୁ ଗିରଫ କରିବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କର ଏକ ନୃତ୍ୟ କାର୍ଯ୍ୟକ୍ରମ ଲାଗି ଟିକେଟ ବିକ୍ରି କରାଯାଇଥିଲା । ମାତ୍ର ସେ ଏହି କାର୍ଯ୍ୟକ୍ରମକୁ ବାତିଲ କରିବା ସତ୍ତ୍ବେ ଦର୍ଶକଙ୍କ ଟିକେଟ ବାବଦ ଅର୍ଥ ଫେରସ୍ତ କରି ନଥିଲେ ।

ପୂର୍ବରୁ ଏ ସଂକ୍ରାନ୍ତ ଏଫଆଇଆରକୁ ରଦ୍ଦ କରିବା ଲାଗି ସେ କୋର୍ଟକୁ ଯାଇଥିଲେ, ମାତ୍ର ତାଙ୍କ ଆବେଦନ ଖାରଜ ହୋଇଯାଇଥିଲା । ଗତ ୨୦୧୮ ଅକ୍ଟୋବର ୧୩ ତାରିଖରେ ଲକ୍ଷ୍ମୌରେ ଏକ ନୃତ୍ୟ କାର୍ଯ୍ୟକ୍ରମ ହେବା ଲାଗି ଆୟୋଜନ ହୋଇଥିଲା ଏବଂ ସହସ୍ରାଧିକ ଟିକେଟ ବିକ୍ରି ହୋଇଥିଲା । ମାତ୍ର କାର୍ଯ୍ୟକ୍ରମ ବାତିଲ ହୋଇଥିବାରୁ ତାଙ୍କ ବିରୋଧରେ ଅକ୍ଟୋବର ୧୪ ତାରିଖରେ ସ୍ଥାନୀୟ ଆସିୟାନା ଥାନାରେ ମାମଲା ରୁଜୁ ହୋଇଥିଲା । ତାଙ୍କ ସହ ଅନ୍ୟ ୫ ଜଣଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଥିଲା ।

Leave a Reply