spot_img

Latest Posts

ଆରଜି କର ମେଡିକାଲ ଦୁଷ୍କର୍ମ ହତ୍ୟା ଘଟଣା: ସିବିଆଇ ସ୍କାନରରେ ସିସିଟିଭି ଭିଜୁଆଲ

କୋଲକାତା: ଆରଜି କର ମେଡିକାଲ କଲେଜ ଛାତ୍ରୀ ଦୁଷ୍କର୍ମ ଓ ହତ୍ଯା ଘଟଣା। ୧୪ ଦିନିଆ ବିଚାର ବିଭାଗୀୟ ହେପାଜତକୁ ଗଲା ଅଭିଯୁକ୍ତ ସଞ୍ଜୟ ରୟ। ପଶ୍ଚିମବଙ୍ଗର ସିଆଲଦାର ଅତିରିକ୍ତ ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟ ବିଚାର ବିଭାଗୀୟ ହେପାଜତକୁ ଯିବା ଲାଗି ଅନୁମତି ଦେଇଛନ୍ତି। କୋର୍ଟରେ ହାଜର ବେଳେ ସେଠାରେ ମୁତୟନ ହୋଇଥିଲା ରାପିଡ ଆକ୍ସନ ଫୋର୍ସ। ଗତ ଅଗଷ୍ଟ ୧୦ ତାରିଖରେ ସଞ୍ଜୟ ହୋଇଥିଲା ଗିରଫ।

ତେଣେ ସିବିଆଇ ସ୍କାନରରେ କୋଲକାତା ଆରଜି କର ମେଡିକାଲ କଲେଜ ଛାତ୍ରୀ ଦୁଷ୍କର୍ମ ଓ ହତ୍ଯା ଘଟଣାର ୪ ଅଭିଯୁକ୍ତ। ସେମାନଙ୍କ ମଧ୍ଯରେ ରହିଛନ୍ତି ୨ ଜଣ ପ୍ରଥମ ବର୍ଷ ପିଜି ଛାତ୍ର, ଜଣେ ହାଉସ ସର୍ଜନ ଓ ଜଣେ ଇଣ୍ଟର୍ଣ୍ଣ। ସିବିଆଇ ଅନୁସାରେ ଘଟଣା ଘଟିବାର ପରଦିନ ଏହି ୪ ଜଣଙ୍କ ମଧ୍ଯରୁ ଜଣେ ସକାଳ ସାଢେ ୯ଟାରେ ସେମିନାର ହଲକୁ ଯାଇ ଶବଟିକୁ ଦେଖିଥିଲେ। ସେମିନାର ରୁମର ତୃତୀୟ ମହଲାରୁ ସିବିଆଇ ୨ ଜଣ ଡାକ୍ତରଙ୍କ ଫିଙ୍ଗରପ୍ରିଣ୍ଟ ପାଇଛି। ସେହି ରାତିରେ ହାଉସ ସର୍ଜନ ତୃତୀୟ ମହଲାକୁ ଯିବାର ସିସିଟିଭି ଭିଜୁଆଲ ରହିଛି।

ଏହା ସହ ପୀଡିତା ଓ ୨ ଜଣ ପ୍ରଥମ ବାର୍ଷିକ ପିଜି ଛାତ୍ର ମଧ୍ଯରାତ୍ରୀରେ ଭୋଜନ କରିଥିଲେ। ପରେ ସେମାନେ ନିଜ ରୁମକୁ ଚାଲିଯିବା ପରେ ଛାତ୍ରୀଜଣକ ସେଠାରେ ରହିଥିଲେ। ଘଟଣା ଘଟିବାର ପରଦିନ ସକାଳେ ରାତ୍ରୀ ଭୋଜନରେ ସାମିଲ ଥିବା ସେହି ପିଜି ଡାକ୍ତର ସେମିନାର ହଲକୁ ଯାଇ ଛାତ୍ରୀଙ୍କ ମୃତଦେହ ଦେଖିଥିଲେ। ପରେ ଖବର ପଦାକୁ ଆସିଥିଲା। ସେପଟେ ଏହି ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ସଞ୍ଜୟ ରୟ ଅଗଷ୍ଟ ୯ ତାରିଖ ରାତିରେ ମେଡିକାଲ ଭିତରକୁ ପ୍ରବେଶ କରୁଥିବାର ସିସିଟିଭି ଭିଜୁଆଲ ସିବିଆଇ ପାଇଛି। ସେ ଜିନ୍ସ ଓ ଟି ସାର୍ଟ ପିନ୍ଧିବା ସହ ଏକ ହେଲମେଟ ପିନ୍ଧିଥିଲା। ତା ବେକରେ ଏକ ବ୍ଲୁଟୁଥ ଡିଭାଇସ ଥିବା ବି ଦେଖିବାକୁ ମିଳିଥିଲା।

Latest Posts

Don't Miss