ସେମିନାଲ ହଲକୁ କାହିଁକି ଯାଇଥିଲ ? ପଲିଗ୍ରାଫ୍ ଟେଷ୍ଟରେ ସଞ୍ଜୟକୁ CBI ପଚାରିଥିଲା ଏଭଳି ପ୍ରଶ୍ନ ..

ନନ୍ଦିଘୋଷ ବ୍ୟୁରୋ: କୋଲକାତା ଆର୍‌.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ଏବଂ ପରେ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କର ଗତ ୨୫ଅଗଷ୍ଟରେ ସିବିଆଇ ପଲିଗ୍ରାଫ ଟେଷ୍ଟ କରିଥିଲା ।ସିବିଆଇ ଏନେଇ କୋର୍ଟଙ୍କ ଅନୁମତି ନେଇଥିଲା ଏବଂ ଏହି ଟେଷ୍ଟରେ ସଞ୍ଜୟ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲା । ଜେଲ ଭିତିରେ ପଲିଗ୍ରାଫ ଏକ୍ସପର୍ଟ ସଞ୍ଜୟକୁ ବିଭିନ୍ନ ପ୍ରକାରର ପ୍ରଶ୍ନ ପଚାରିଥିଲେ । ଟାଇମ୍ସ ନାଓ ରିପାର୍ଟ ଅନୁଯାୟୀ ସିବିଆଇ ସଞ୍ଜୟ ରୟ ପାଇଁ ପ୍ରଶ୍ନର ଏକ ଲିଷ୍ଟ ତିଆରି କରିଥିଲା । ଯାହା କେବଳ ହଁ ଏବଂ ନାଁ ରେ ଥିଲା । ତେବେ ନଜର ପକାନ୍ତୁ ପଲିଗ୍ରାଫି ଟେଷ୍ଟରେ ସଞ୍ଜୟଙ୍କୁ କି କି ପ୍ରଶ୍ନ ପଚରାଯାଇଥିଲା ..

ପ୍ରଶ୍ନ: ତୁମର ଜନ୍ମତାରିଖ କେବେ ?

ପ୍ରଶ୍ନ: ତୁମର ନାମ ଏବଂ ଜନ୍ମସ୍ଥାନ କେଉଁଠି ?

ପ୍ରଶ୍ନ: ତୁମେ ସିଭିକ୍ ଭଲ୍ୟୁଣ୍ଟର ଭାବେ କେବେ ସାମିଲ ହେଇଥିଲ ?

ପ୍ରଶ୍ନ: କଣ ଏହା ସତ୍ୟ ଯେ, ଆପଣ ବିପର୍ଯ୍ୟୟ ପରିଚାଳନାରେ ସାମିଲ ନହୋଇ କୋଲକତା ପୋଲିସ ପାଇଁ କାମ କରିଥିଲ ?

ପ୍ରଶ୍ନ: ତୁମ ପରିବାରରେ ସମସ୍ତେ କେମିତି ଅଛନ୍ତି ?

ପ୍ରଶ୍ନ: ତୁମେ କେଉଁଯାଏ ପାଠ ପଢିଛ ?

ପ୍ରଶ୍ନ: କଣ ଏହା ସତ୍ୟ ଯେ , ଆର ଜି କର ହସ୍ପିଟାଲରେ ତୁମେ ରୋଗୀଙ୍କ ଠାରୁ ଚିକିତ୍ସା ନାଁରେ ଲାଞ୍ଚ ନେଉଥିଲ ?

ପ୍ରଶ୍ନ: କଣ ଏହା ସତ ? ତୁମେ ଅପରାଧ କରିଛ ?

ପ୍ରଶ୍ନ: କୋଲକତା ପୋଲିସ ତୁମକୁ କେବେ ଗିରଫ କରିଥିଲା ?

ପ୍ରଶ୍ନ: ଅଗଷ୍ଟ ୧୦ତାରିଖ ଦିନ ସକାଳେ ତୁମେ କେଉଁଠି ଥିଲ ?

ପ୍ରଶ୍ନ: ଅଗଷ୍ଟ ୮ତାରିଖ ଦିନ ତୁମେ ଦିନତମାମ କଣ କରିଥିଲ ?

ପ୍ରଶ୍ନ: ସିସିଟିଭି ଅନୁଯାୟୀ ତୁମେ ଅଗଷ୍ଟ ୮ତାରିଖ ଦିନ ରାତି ୧୧ଟାରେ ହସ୍ପିଟାଲକୁ ଆସିଥିଲ , ଏହା ସତ କି ?

ପ୍ରଶ୍ନ: ତୁମେ ୩୦ମିନିଟ ଭିତରେ କାହିଁକି ଚାଲିଗଲ, କହିପାରିବ କି ?

ପ୍ରଶ୍ନ: ତୁମେ ୪ଘଣ୍ଟା ପରେ ଫେରିଥିଲ, କୁଆଡେ ଯାଇଥିଲ ?

ପ୍ରଶ୍ନ: ଆମେ ଜଣେ ସାକ୍ଷୀ ସହ କଥା ହେଲୁ, ସେ କହିଲେ କି ତୁମେ ନିକଟ କଲୋନୀକୁ ଯାଇଥିଲ ଏବଂ ମଦ ପିଇଥିଲ । ଏହା କଣ ସତ୍ୟ ଅଟେ ?

ପ୍ରଶ୍ନ: ତୁମେ ସଂଧ୍ୟା ୪ଟା ପୂର୍ବରୁ ହସ୍ପିଟାଲ କାହିଁକି ଯାଇଥିଲ ?

ପ୍ରଶ୍ନ: ତୁମେ ସେମିନାର ହଲକୁ କାହିଁକି ଯାଇଥିଲ ? ଏବଂ ପୋଲିସ ବ୍ୟାରେକରେ କାହିଁକି ଶୋଇପଡିଲ ?

ପ୍ରଶ୍ନ: ତୁମକୁ ଲାଗୁଛି କି କିଏ ତୁମକୁ ଏହି ମାମଲାରେ ଫସାଉଛି ?

ପ୍ରଶ୍ନ: ନିଜ ମୁଣ୍ଡକୁ ଦୋଷ ନେଇଯିବାକୁ କିଏ ଚାପ ଦେଉଛି କି? ହଁ କି ନାଁ ?

ପ୍ରଶ୍ନ: ପୋଲିସ ଏବଂ ହସ୍ପିଟାଲର ବରିଷ୍ଠ କର୍ମଚାରୀମାନେ ତୁମକୁ ହସ୍ପିଟାଲରେ ଖୋଲା ଛାଡିଥିଲେ କି ? ସତ ନା ମିଛ !

ପ୍ରଶ୍ନ: କେହି ତୁମକୁ ଅପରାଧ ମାନିବାକୁ ଧମକାଉଛି କି ?

ଅଗଷ୍ଟ ୯ରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସେମିନାର ରୁମରୁ ୩୧ ବର୍ଷୀୟ ମହିଳା ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା। ମୃତଦେହ ମିଳିବାର ୧୨ ଘଣ୍ଟା ମଧ୍ୟରେ କୋଲକାତା ପୁଲିସ୍‌ ସିଭିକ ସ୍ୱେଚ୍ଛାସେବୀ ଭାବେ କାମ କରୁଥିବା ସଞ୍ଜୟ ରୟକୁ ଗିରଫ କରିଥିଲା।