ସଞ୍ଜୟଙ୍କୁ ମିଳିଲାନି ଆଶ୍ୱସ୍ତି: ପୁଣି ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ

ମୁମ୍ବାଇ: ଶିବସେନାର ବରିଷ୍ଠ ନେତା ତଥା ସାଂସଦ ସଞ୍ଜୟ ରାଉତଙ୍କୁ ମିଳିଲାନି ଆଶ୍ୱସ୍ତି । ବିଚାର ବିଭାଗୀୟ ହାଜତ ସମୟ ବଢ଼ାଇଲେ କୋର୍ଟ । ୨୨ ଅଗଷ୍ଟ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ ସଞ୍ଜୟ । ଆଜି ତାଙ୍କର ୮ଦିନିଆ ହାଜତ ଅବଧି ଶେଷ ହେଉଥିଲା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୋର୍ଟରେ ତାଙ୍କୁ ହାଜର କରିବା ସହ ହାଜତ ୨୨ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିବେଦନ କରିଥିଲା ।

ଏହାପରେ କୋର୍ଟ ମଧ୍ୟ ଇଡିକୁ ମଞ୍ଜୁରୀ ଦେଇ ଦେଇଛି । ଅବଶ୍ୟ କୋର୍ଟ ହାଜତରେ ଔଷଧ ଏବଂ ଘର ଖାଦ୍ୟ ଖାଇବାକୁ ଅନୁମତି ଦେଇଛନ୍ତି । ପାତ୍ରା ଚୌଲ ମାମଲାରେ ସଞ୍ଜୟଙ୍କୁ ଗତ ମାସ ୩୧ ତାରିଖ ଅର୍ଥାତ ରବିବାର ମଧ୍ୟରାତିରେ ଗିରଫ କରିଥିଲା ।  ଏହାପରେ କୋର୍ଟ ତାଙ୍କୁ ୮ ତାରିଖ ପର୍ଯ୍ୟନ୍ତ ବିଚାରବିଭାଗୀୟ ହେପାଜତକୁ ପଠାଇ ଦେଇଥିଲେ ।