ମହାରାଷ୍ଟ୍ରରେ ସରକାର ଭଙ୍ଗ ନେଇ ସଙ୍କେତ ଦେଲେ ସଞ୍ଜୟ ରାଉତ

1 min read

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଛି ମହାନାଟକ । କିଏ ମହାରାଷ୍ଟ୍ରରେ ସରକାର କରିବା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ତେବେ ଏହାରି ମଧ୍ୟରେ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତଙ୍କ ଏକ ଟ୍ୱିଟ ଚର୍ଚ୍ଚାର ବିଷୟ ପାଲଟିଛି । ମହାରାଷ୍ଟ୍ରରେ ଭଙ୍ଗ ହୋଇପାରେ ବିଧାନସଭା । ବିଧାନସଭା ଭଙ୍ଗ ନେଇ ସଙ୍କେତ ଦେଇଛନ୍ତି ସଞ୍ଜୟ ରାଉତ । ଦଳୀୟ ଅନ୍ତକନ୍ଦଳ ଓ ରାଜନୈତିକ ସଙ୍କଟକୁ ନେଇ ସ୍ବୀକାର କରିଛନ୍ତି ଶିବସେନା ନେତା ସଞ୍ଜୟ ରାଉତ । ଦଳ ଭିତରେ ମତଭେଦ ରହିବା ସ୍ବାଭାବିକ, ତେବେ ଏହାର ସମାଧାନ ବାହାର କରାଯିବ ବୋଲି କହିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ ।

ଉଦ୍ଧବ ସରକାର ବିଧାନସଭା ଭଙ୍ଗ ପାଇଁ ସୁପାରିସ କରିପାରନ୍ତି । ମୋଟ ୫୫ ଶିବସେନା ବିଧାୟକଙ୍କ ମଧ୍ୟରୁ ୪୦ ଏକନାଥଙ୍କ ସମର୍ଥନରେ ଥିବା ଦାବି ହେଉଛି । ବିଧାନସଭା ଭଙ୍ଗ ଚର୍ଚ୍ଚା ଭିତରେ ବାୟୋ ବଦଳାଇଛନ୍ତି ଆଦିତ୍ୟ ଠାକରେ । ବାୟୋରୁ ମନ୍ତ୍ରୀ ପଦକୁ ହଟାଇ ଦେଇଛନ୍ତି ଆଦିତ୍ୟ । ରାଜନୈତିକ ସଙ୍କଟ ଭିତରେ ରାଜ୍ୟପାଳଙ୍କ ପରେ କରୋନା ଆକ୍ରାନ୍ତ ହୋଇଛନ୍ତି ଉଦ୍ଧବ ଠାକରେ ।