ପୁଣି ସକ୍ରିୟ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ, ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ହତ୍ୟା ଧମକ

1 min read

ମୁମ୍ବାଇ: ପଞ୍ଜାବୀ ଗାୟକ ସିଦ୍ଧୁ ମୋସେଓ୍ବାଲାଙ୍କ ପରି ଭୋଗିବାକୁ ପଡ଼ିବ ସମଦଶା । ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀ ନେତା ତଥା ସାଂସଦ ସଞ୍ଜୟ ରାଓ୍ବତଙ୍କୁ ଏହି ଧମକ ଦେଇଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ । ଏନେଇ ଅଭିଯୋଗ କରିଛନ୍ତି ସଞ୍ଜୟ । ସଞ୍ଜୟ ରାଓ୍ବତଙ୍କୁ ଜଣେ ହିନ୍ଦୁ ବିରୋଧୀ ବୋଲି ମଧ୍ୟ କହିଛି ଗ୍ୟାଙ୍ଗ । ସଞ୍ଜୟଙ୍କ ନିକଟକୁ ଆସିଥିବା ଧମକ ମେସେଜରେ ଦର୍ଶାଯାଇଛି- ଦିଲ୍ଲୀରେ ତାଙ୍କୁ ଏକେ-୪୭ରେ ଗୁଳି କରାଯିବ । ସେଠାରେ ତାଙ୍କୁ ସିଦ୍ଧୁ ମୋସେଓ୍ବାଲାଙ୍କ ପରି ସମଦଶା ଭୋଗିବାକୁ ପଡିବ ।

କେବଳ ସଞ୍ଜୟ ନୁହଁନ୍ତି ସଲମାନ ଖାନଙ୍କୁ ମଧ୍ୟ ହତ୍ୟା କରାଯିବ ବୋଲି ମେସେଜରେ ଧମକ ଦିଆଯାଇଛି । ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ପୁଣେ ପୋଲିସ ଧରିବା ସହ ତାକୁ ମୁମ୍ବାଇ ପୋଲିସ ହାତରେ ହସ୍ତାନ୍ତର କରିଛି । ସେପଟେ ସଞ୍ଜୟ କହିଛନ୍ତି ଏକନାଥ ସିନ୍ଦେ କ୍ଷମତାକୁ ଆସିବା ପରଠାରୁ ଅନେକ ନେତାଙ୍କ ନିରାପତ୍ତାକୁ କମାଇ ଦିଆଯାଇଛି । ଗତବର୍ଷ ମେ ମାସରେ ପଞ୍ଜାବର ମାନସା ଜିଲ୍ଲାରେ ମୋସେଓ୍ବାଲାଙ୍କୁ ହତ୍ୟା କରାଯାଇଥିଲା ।