ସଞ୍ଜୟ ରାଉତଙ୍କ ନାଁରେ ମାମଲା ରୁଜୁ; ବିଜେପି ନେତ୍ରୀ ଦିପ୍ତି ଭରଦ୍ୱାଜ ଆଣିଲେ ସଙ୍ଗୀନ ଅଭିଯୋଗ
1 min readନୂଆଦିଲ୍ଲୀ: ପୁଣି ଏକ ବିବାଦରେ ପଡ଼ିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ । ଏକ ଟେଲିଭିଜନ ସାକ୍ଷାତକାରରେ ବିଜେପି ନେତାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇ ଫସିଛନ୍ତି ସଞ୍ଜୟ । ଏହି ଘଟଣାରେ ଭାରତୀୟ ଜନତା ପାର୍ଟିର ମହାସଚିବ ଦିପ୍ତି ରାଓ୍ୱତ ଭରଦ୍ୱାଜ ଦିଲ୍ଲୀର ମଣ୍ଡାଓ୍ୱାଲି ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ଦିଲ୍ଲୀ ପୋଲିସ ସଞ୍ଜୟ ରାଉତଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି ।
An FIR has been registered against Shiv Sena MP Sanjay Raut at Delhi's Mandawali PS under Sections 509 & 500 of IPC for his alleged objectionable remarks against female BJP members, on the complaint of a woman BJP worker: Delhi Police pic.twitter.com/OkXyPcbH7l
— ANI (@ANI) December 13, 2021
ଅଭିଯୋଗ ଅନୁସାରେ ଡିସେମ୍ବର ୯ରେ ସଞ୍ଜୟ ରାଉତଙ୍କ ସାକ୍ଷାତକାର ଦୁଇଟି ଟେଲିଭିଜନରେ ପ୍ରସାରିତ ହୋଇଥିଲା । ସେ ଏହି ସାକ୍ଷାତକାରରେ ଭାରତୀୟ ଜନତା ପାର୍ଟିଙ୍କ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ଖରାପ ଶବ୍ଦ ବ୍ୟବହାର କରିଥିଲେ । ମହିଳା କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ମଧ୍ୟ ଅଶାଳୀନ ମନ୍ତବ୍ୟ ବ୍ୟବହାର କରିଛନ୍ତି ସଞ୍ଜୟ । ଏହି ଘଟଣା ଫଳରେ ୯ ଡିସେମ୍ବରରେ ଦିପ୍ତି ଭରଦ୍ୱାଜ ଦିଲ୍ଲୀର ମଣ୍ଡାଓ୍ୱାଲି ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ଏବେ ପୋଲିସ ସଞ୍ଜୟ ରାଉତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରୁଛି ।
शिवसेना नेता द्वारा भाजपा कार्यकर्ताओं के लिए की गई अभद्र व अश्लील टिप्पणी पर राष्ट्रीय महिला मोर्चा ने दिल्ली के मंडावली थाने में शिकायत दर्ज कराई और @BJPMahilaMorcha संजय राउत से माफी मांगने एवं अपने पद से इस्तीफा देने की मांग करता है। @narendramodi @JPNadda @VanathiBJP pic.twitter.com/tn7jXv6MeT
— Deepti Rawat Bhardwaj (Modi Ka Parivar) (@deeptirawatbjp) December 10, 2021
ଏହି ମାମଲାରେ ପୋଲିସ ଧାରା ୫୦୦ ଏବଂ ଧାରା ୫୦୯ ଅନୁସାରେ FIR ରୁଜୁ କରିଛି । ସଞ୍ଜୟ ରାଉତଙ୍କ ବିରୋଧରେ ମହିଳା ସମାଜକୁ ଅପମାନିତ ଓ ମହିଳାଙ୍କ ପ୍ରତି ଖରାପ ଶବ୍ଦ ବ୍ୟବହାର କରିବା ଅଭିଯୋଗରେ ମାମଲା ରୁଜୁ କରିଛି । ଦିପ୍ତି ରାଓ୍ୱତ ଭରଦ୍ୱାଜ ଅଭିଯୋଗ କରିବା ସମୟରେ ପୋଲିସକୁ ଟେଲିଭିଜନରେ ପ୍ରସାରିତ ହୋଇଥିବା ଭିଡିଓ କ୍ଲିପ୍ ମଧ୍ୟ ଦେଇଥିଲେ । ଯେଉଁଥିରେ ସେ ଖରାପ ଶବ୍ଦ ବ୍ୟବହାର କରୁଛନ୍ତି ।