ଉଦ୍ଧବଙ୍କ ଇସ୍ତଫା ପରେ ସଞ୍ଜୟଙ୍କ ଇମୋସନାଲ ପୋଷ୍ଟ, କହିଲେ ଶିବସେନା ପାଓ୍ୱାର ପାଇଁ ଜନ୍ମ ନେଇନି

1 min read

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବଙ୍କ ଇସ୍ତଫା ପରେ ଇମୋସନାଲ ପୋଷ୍ଟ କରିଛନ୍ତି ଶିବସେନା ମୁଖପାତ୍ର ସଞ୍ଜୟ ରାଉତ । ଜଣେ ବ୍ୟକ୍ତିଙ୍କ ପଛପଟେ ଛୁରିରେ ଆକ୍ରମଣ ହୋଇଥିବା ସ୍କେଚ୍ ନିଜ ଟ୍ୱିଟରରେ ସେୟାର କରିଛନ୍ତି ରାଉତ । ଏହି ଫଟୋ ସେୟାର କରି ପାର୍ଟିର ବିଧାୟକଙ୍କୁ ଟାର୍ଗେଟ କରିଛନ୍ତି ସଞ୍ଜୟ । ନିଜ ଲୋକଙ୍କ ବିଶ୍ୱାସଘାତକତା ଯୋଗୁ ସରକାର ଭୁଶୁଡ଼ିଛି ବୋଲି ସଞ୍ଜୟ ରାଉତ କହିଛନ୍ତି । ଏହା ସହ ସୁପ୍ରିମକୋର୍ଟଙ୍କ ରାୟ ପରେ ନୈତିକତା ଦୃଷ୍ଟିରୁ ଉଦ୍ଧବ ଠାକରେ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି ଶିବସେନା ମୁଖପାତ୍ର । ଶିବସେନା ପାଓ୍ୱାର ପାଇଁ ଜନ୍ମ ନେଇନି, ପାଓ୍ୱାର ଶିବସେନା ପାଇଁ ଜନ୍ମ ନେଇଛି ବୋଲି ରାଉତ କହିଛନ୍ତି । ଏହାସହ ଆସନ୍ତାକାଲି ସେ ଇଡିରେ ହାଜର ହେବେ ବୋଲି କହିଛନ୍ତି ।