spot_img

Latest Posts

ରାଜ୍ୟସଭା ସଦସ୍ୟ ସଞ୍ଜୟ ରାଉତଙ୍କୁ ଗୁରୁ ଦାୟିତ୍ୱ, ଶିବସେନାର ମୁଖ୍ୟ ମୁଖପାତ୍ର ଭାବେ ନିଯୁକ୍ତ

ନୂଆଦିଲ୍ଲୀ: ଶିବସେନା ମଙ୍ଗଳବାରକୁ ରାଜ୍ୟସଭା ସଦସ୍ୟ ସଞ୍ଜୟ ରାଉତଙ୍କୁ ଦଳର ମୁଖ୍ୟ ମୁଖପାତ୍ର ଭାବରେ ନିଯୁକ୍ତ କରିଛନ୍ତି । ଗତ କିଛି ହେବ କଙ୍ଗନା ରନୌତ ଏବଂ ସଞ୍ଜୟ ରାଉତଙ୍କ ମଧ୍ୟରେ ମୁମ୍ବାଇକୁ ନେଇ ଶୀତଳ ଯୁଦ୍ଧ ଚାଲିଥିବାର ନଜର ଆସିଛି ।


ଶିବସେନା ମଙ୍ଗଳବାରକୁ ଏକ ବୟାନ୍ ଜାରି କରି କହିଛନ୍ତି କି, ରାଉତଙ୍କୁ ଦଳର ମୁଖ୍ୟ ମୁଖପାତ୍ର ଭାବରେ ନିଯୁକ୍ତି ଦିଆଯାଇଛି । ଏଥିରେ କୁହାଯାଇଛି କି ରାଉତଙ୍କ ବ୍ୟତୀତ ଲୋକସଭା ସଦସ୍ୟ ଅରବିନ୍ଦ ସାଓ୍ୱନ୍ତ ଏବଂ ଧୈର୍ଯ୍ୟଶୀଳ ମାନେ,ରାଜ୍ୟସଭା ସଦସ୍ୟ ପ୍ରିୟଙ୍କା ଚତୁର୍ବେଦୀ,ମହାରାଷ୍ଟ୍ର ମନ୍ତ୍ରୀ ଉଦୟ ସାମନ୍ତ,ଅନିଲ ପରବ,ଗୁଲାବରାମ ପାଟିଲ,ବିଧାୟକ ସୁନିଲ ପ୍ରଭୁ ଏବଂ ପ୍ରତାପ ସରନାଇକ,ମୁମ୍ବାଇ ମେୟର କିଶୋରୀ ପେଡନେକର ଏବଂ ବରିଷ୍ଠ ନେତା ନୀଲମ ଗୋରହେଙ୍କୁ ଦଳର ମୁଖପାତ୍ର ଭାବରେ ଦାୟୀତ୍ୱ ଦିଆଯାଇଛି ।

ସୂଚନା ଅନୁଯାୟୀ କଙ୍ଗନା ରନୌତ ଏବଂ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ମଧ୍ୟରେ ଗତ କିଛି ଦିନ ହେବ ଶୀତଳ ଯୁଦ୍ଧ ଚାଲୁ ଥିବାର ନଜର ଆସିଛି । ଯେଉଁଥିରେ ମୁମ୍ବାଇରେ ଏବେ ରହିବା ଅସୁରକ୍ଷିତ ଏବଂ ଏହା ପାକିସ୍ତାନ ଅଧିକୃତ ଅଞ୍ଚଳ ବୋଲି ମନେ ହେଉଛି ବୋଲି କଙ୍ଗନା ତାଙ୍କ ବୟାନରେ କହିଥିଲେ । ଯେଉଁଥିରେ ସଞ୍ଜୟ ବୟାନ ଦେଇଥିଲେ କି ଯଦି ମୁମ୍ବାଇ ଅସୁରକ୍ଷିତ ଲାଗୁଛି ତେବେ ଏଠାକୁ ଆସନାହିଁ । କେବଳ ସେତିକି ନୁହେଁ ଏହିଭଳି ଏକାଧିକ କଥାକୁ ନେଇ ଉଭୟଙ୍କ ମଧ୍ୟରେ ସୋସିଆଲ ମିଡିଆରେ ବିବାଦ ଦେଖିବାକୁ ମିଳୁଛି । ଗତକାଲି ସଞ୍ଜୟ ରାଉତ କଙ୍ଗନାଙ୍କୁ ନଟି ଗର୍ଲ ମଧ୍ୟ କହିଥିବା ନଜର ଆସିଛି ।

Latest Posts

Don't Miss