ଭନଶାଲୀଙ୍କ ଅପକମିଂ ପ୍ରୋଜେକ୍ଟ “ବାଇଜୁ ବାୱରା”

1 min read

ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନଶାଲୀ ତାଙ୍କ ପ୍ରୋଜେକ୍ଟ ଲାଗି ଅଣ୍ଟାଭିଡିଛନ୍ତି । ଆସନ୍ତା ୨୦୨୧ ଦିପାବଳୀ ଅବସରରେ ବଡ଼ ପରଦାକୁ ଆସିବାକୁ ଯାଉଛି ସଞ୍ଜୟ ଲୀଲା ଭନଶାଲୀଙ୍କ ଅପକମିଂ ପ୍ରୋଜେକ୍ଟ । ଏ ନେଇ ସେ ବିଧିବଦ୍ଧ ଘୋଷଣା କରିଛନ୍ତି । ଚଳିତ ମାସରେ ଭନଶାଲୀ ପ୍ରଡକ୍ସନ ହାଉସ ଗାଙ୍ଗୁବାଇ କାଠିଆବାଡି କୋ ପ୍ରଡ୍ୟୁସ କରିବା ନେଇ ଘୋଷଣା କରିଥିବାବେଳେ ଏଥର ଆଉ ଏକ ବଡ ଘୋଷଣା କରିଛନ୍ତି । ଗାଙ୍ଗୁବାଇ କାଠିଆବାଡିରେ ଭଟ୍ଟ କନ୍ୟା ଆଲିଆ ଭଟ୍ଟ ଲିଡ୍ ରୋଲରେ ନଜର ଆସିବେ ବୋଲି ଘୋଷଣା ହୋଇସାରିଛି ।

ତେବେ ଏହି ଫିଲ୍ମଟି ଆସନ୍ତା ବର୍ଷ ସେପ୍ଚେମ୍ବର ୧୧ ତାରିଖରେ ପରଦା ଉପରକୁ ଆସିବ । ସଞ୍ଜୟ ଲିଲା ଭନଶାଲୀଙ୍କ ଆଗାମୀ ପ୍ରୋଜେକ୍ଟ ବାଇଜୁ ବାୱରା କୁ ନେଇ ଏବେ ସବୁଠି ଚର୍ଚ୍ଚା । ବାଇଜୁ ବାୱରା- ଏ ରିଭେଞ୍ଜ ଷ୍ଟୋରୀ ଅଫ ମେଭରିକ୍ ମାଷ୍ଟ୍ରୋ । ଷ୍ଟାର କାଷ୍ଟ ନେଇ କୌଣସି ଘୋଷଣା କରାଯାଇ ନାହିଁ । ଐତିହାସିକ ଚରିତ୍ରକୁ ନେଇ ଫିଲ୍ମ ପ୍ରସ୍ତୁତ କରିବାରେ ରୁଚି ରଖୁଥିବା ଭନଶାଲୀ ଏଥର ବି ସେଭଳି ଏକ ବିଷୟବସ୍ତୁ ବାଛିଛନ୍ତି । ଆକବରଙ୍କ ଜମାନାର ମ୍ୟୁଜିକ ମାଷ୍ଟ୍ରୋ ବାଇଜୁ ବାୱରାଙ୍କୁ ନେଇ ଫିଲ୍ମର କାହାଣୀ ପର୍ଯ୍ୟବେସିତ ହେବ ଯାହାକି ବେଶ ରୋଚକ ହେବ ବୋଲି ଏବେଠୁ ଫିଲ୍ମ କ୍ରିଟିକ୍ସ ଆକଳନ କଲେଣି ।

ତେବେ ଷ୍ଟାରକାଷ୍ଟକୁ ନେଇ ଏଯାଏ କୌଣସି ଖୁଲାସା କରାଯାଇ ନାହିଁ ତେବେ ଚର୍ଚ୍ଚା ଯେ ଏହି ଫିଲ୍ମ ଜରିଆରେ ପୁଣି ୨୦ ବର୍ଷ ପରେ ହାତ ମିଳାଇପାରନ୍ତି ସଞ୍ଜୟ ଲିଲା ଭନଶାଲୀ ଏବଂ ଅଜୟ ଦେବଗନ । ପୂର୍ବରୁ ମଧ୍ୟ ବାଇଜୁ ବାୱରା ଫିଲ୍ମ ତିଆରି ହୋଇ ସାରିଛି ଯାହା ମ୍ୟୁଜିକାଲି ବ୍ଲକ ବଷ୍ଟର ସାବ୍ୟସ୍ତ ହୋଇଛି । ଏହି ଫିଲ୍ମରେ ମୀନା କୁମାରୀ ଏବଂ ଭାରତ ଭୂଷଣଙ୍କୁ ଦେଖିବାକୁ ମିଳିଥିଲା । ତେବେ ସଂଞ୍ଜୟ ଭନଶାଲୀଙ୍କ ଫିଲ୍ମରେ କିଏ ଲିଡ ରୋଲରେ ନଜର ଆସିବେ ତାହା ଦେଖିବା ବାକି ରହିଲା । ')}

Leave a Reply