କିଏ ସମ୍ଭାଳିବ କରିସ୍ମା କପୁରଙ୍କ ପୂର୍ବତନ ସ୍ବାମୀ ସଞ୍ଜୟଙ୍କ ୩୯୦୦ କୋଟି ଟଙ୍କାର ସମ୍ପତ୍ତି ?

ନନ୍ଦିଘୋଷ ବ୍ୟୁରୋ: ଗତ ଜୁନ୍ ୧୨ ତାରିଖରେ ବଲିଉଡ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ବାମୀ ସଞ୍ଜୟ କପୁରଙ୍କ ଦେହାନ୍ତ ହୋଇଛି । ପୋଲୋ ଖେଳିବା ବେଳେ ତାଙ୍କର ପରଲୋକ ଘଟିଥିଲା । ତେବେ ସେ ୩୯୦୦ କୋଟି ଟଙ୍କାର ମାଲିକ ହୋଇଥିବାବେଳେ ପରଲୋକ ପରେ କିଏ ଏହି ସମ୍ପତ୍ତିର ରକ୍ଷଣାବେକ୍ଷଣ କରିବ । ଏହାକୁ ନେଇ ପ୍ରଶ୍ନ ଉଠିଛି । ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଉଠିଥିବାବେଳେ ଆସନ୍ତୁ ଆମର ଏହି ଲେଖା ମାଧ୍ୟମରେ ପଢ଼ିବା..

ସେନା କମ୍ପ୍ଟଷ୍ଟାର କମ୍ପାନୀର ମୁଖ୍ୟ ଥିଲେ ସଞ୍ଜୟ । ଭାରତ, ଆମେରିକା ଏବଂ ଚୀନ ଭଳି ଦେଶକୁ ତାଙ୍କ କମ୍ପାନୀ ବୈଦ୍ୟୁତିକ ଯାନବାହାନର ଉପକରଣ ଯୋଗାଇଥାଏ । ସଞ୍ଜୟଙ୍କ ଦେହାନ୍ତ ପରେ ତାଙ୍କ କମ୍ପାନୀର ଦେଖାଶୁଣା କରିବେ ଭଉଣୀ । ତାଙ୍କର ୨ ଭଉଣୀ ରହିଥିବାବେଳେ ଏମାନେ ମଧ୍ୟ ନିଜର କ୍ୟାରିୟରରେ ବହୁତ ସଫଳ । ସଞ୍ଜୟଙ୍କ ଜଣେ ଭଉଣୀ ସୁପର୍ଣ୍ଣା କପୁର ଏକ ପତ୍ରିକାର ସମ୍ପାଦିକା ରହିଥିବାବେଳେ ଅନ୍ୟଜଣେ ଭଉଣୀ ସୋନା ମନ୍ଦିରା ପ୍ରାଇଭେଟ୍ କମ୍ପାନୀର ମାଲିକାଣୀ ଅଟନ୍ତି । ତେବେ ସୋନା ବ୍ରାଣ୍ଡକୁ ନେଇ ପୂର୍ବରୁ ଭାଇ ଭଉଣୀଙ୍କ ମଧ୍ୟରେ ବିବାଦ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ସଞ୍ଜୟଙ୍କ କଥା ଯଦି କହିବା ତାହେଲେ ସେ ୩ଟି ବିବାହ କରିଛନ୍ତି । ବଲିଉଡ ଅଭିନେତ୍ରୀ କରିସ୍ମାଙ୍କୁ ସେ ଦ୍ବିତୀୟ ବିବାହ କରିଥିଲେ ।  ଉଭୟଙ୍କ ମଧ୍ୟରେ ୨୦୧୬ ମସିହାରେ ଛାଡ଼ପତ୍ର ହୋଇଛି ।