କଂଗ୍ରେସ ହାଇକମାଣ୍ଡଙ୍କ କଠୋର ଆଭିମୁଖ୍ୟ ଜାରି: ଦଳରୁ ବିଦା ହେଲେ ସଞ୍ଜୟ ଝା
1 min readଜୟପୁର: କଂଗ୍ରେସ ହାଇକମାଣ୍ଡଙ୍କ କଠୋର ଆଭିମୁଖ୍ୟ ଜାରି ରହିଛି । ସଚିନ୍ ପାଇଲଟଙ୍କୁ ଉପ ମୁଖ୍ୟମନ୍ତ୍ରୀ ଏବଂ ପ୍ରଦେଶ କଂଗ୍ରେସ ସଭାପତି ପଦରୁ ଅବ୍ୟାହତି ଦିଆଯିବା ପରେ ଆଉ ଜଣେ ବରିଷ୍ଠ ନେତାଙ୍କୁ ନିଲମ୍ୱିତ କରିଛି ଦଳ ।
କଂଗ୍ରେସର ବରିଷ୍ଠ ମୁଖପାତ୍ର ସଞ୍ଜୟ ଝା’ଙ୍କୁ ଆଜି ଦଳ ପକ୍ଷରୁ ନିଲମ୍ବିତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ମହାରାଷ୍ଟ୍ର କଂଗ୍ରେସ ପକ୍ଷରୁ ତାଙ୍କୁ ନିଲମ୍ୱିତ କରାଯାଇଛି । ଯଥାଶୀଘ୍ର ଏହି ଆଦେଶ କାର୍ଯ୍ୟକାରୀ ହେବ ବୋଲି କଂଗ୍ରେସ ପକ୍ଷରୁ ଜାରି ବିଜ୍ଞପ୍ତି କୁହାଯାଇଛି।
Sanjay Jha has been suspended from Congress party with immediate effect "for anti-party activities and breach of discipline." pic.twitter.com/ZLIkHvyn0A
— ANI (@ANI) July 14, 2020
ଏହାପୂର୍ବରୁ ସଞ୍ଜୟ ଝା’ ଅଲ ଇଣ୍ଡିଆ ପ୍ରଫେସନାଲ କଂଗ୍ରେସର ସଭାପତି ପଦରୁ ଇସ୍ତଫା ଦେଇଥିଲେ। ସେ ଗତ ମାସରେ କଂଗ୍ରେସ ବିରୋଧରେ ଗୋଟିଏ ସ୍ତମ୍ଭ ଲେଖିବାରୁ ସୋନିଆ ଗାନ୍ଧି ତାଙ୍କୁ ମୁଖପାତ୍ର ପଦରୁ ବିଦା କରିଛନ୍ତି । ଏହାକୁ ନେଇ କଂଗ୍ରେସ ଓ ଶ୍ରୀ ଝା’ଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା। ଏବେ ଏହା ବିସ୍ଫୋରକ ରୂପ ନେଇଛି ଓ ଦଳ ବିରୋଧୀ କାମ ପାଇଁ ଝା’ ଙ୍କୁ ନିଲମ୍ବିତ କରାଯାଇଛି।