ଚତୁର୍ଥ ବିବାହ କଲେ କି ସଞ୍ଜୟ ଦତ୍ତ ? ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ନନ୍ଦିଘୋଷ ବ୍ୟୁରୋ: ବଲିଉଡର ଜଣାଶୁଣା ଅଭିନେତା ସଞ୍ଜୟ ଦତ୍ତ କରିଛନ୍ତି ଚତୁର୍ଥ ବିବାହ । ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସଞ୍ଜୟ ଦତ୍ତ ଧୋତି ପିନ୍ଧିବା ସହ ହୋମଅଗ୍ନି ଚାରିପାଖରେ ସାତଘେରା ନେଉଛନ୍ତି । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବାରେ ଲାଗିଛି । ତେବେ ସେ ତାଙ୍କର ତୃତୀୟ ପତ୍ନୀ ମାନ୍ୟତାଙ୍କୁ ଆଉଥରେ ବିବାହ କରିଛନ୍ତି । ଯାହାର ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି ।

କହି ରଖୁଛୁ କି, ସଞ୍ଜୟ ଦତ୍ତ ରିଚା ଶର୍ମାଙ୍କୁ ପ୍ରଥମେ ବିବାହ କରିଥିଲେ । ସେ ୧୯୯୬ ମସିହାରେ ବ୍ରେନ୍ ଟ୍ୟୁମରରେ ପ୍ରାଣ ହରାଇଥିଲେ । ଏହାପରେ ୨ ବର୍ଷ ପରେ ଅର୍ଥାତ ୧୯୯୮ରେ ମଡେଲ ରେହାଙ୍କୁ ବିବାହ କରିଥିଲେ । ମାତ୍ର ଏମାନଙ୍କ ସମ୍ପର୍କ ମଧ୍ୟ ଦୀର୍ଘଦିନ ଚାଲିପାରିନଥିଲା । ୨୦୦୫ ମସିହାରେ ଏମାନଙ୍କ ଡିଭୋର୍ସ ହୋଇଥିଲା । ପରେ ୨୦୦୮ମସିହାରେ ମାନ୍ୟତାଙ୍କୁ ତୃତୀୟ ବିବାହ କରିଥିଲେ । ୬୫ ବର୍ଷ ବୟସରେ ପହଞ୍ଚିଥିବା ସଞ୍ଜୟ ଦତ୍ତ ଏବେ ମାନ୍ୟତାଙ୍କ ସହ ରହିଥିବାବେଳେ ତାଙ୍କର ଯାଆଁଳା ଛୁଆ ରହିଛନ୍ତି ।