spot_img

Latest Posts

ସହାୟତାର ହାତ ବଢାଇଲେ ସଞ୍ଜୁ ବାବା, ୧୦୦୦ ଲୋକଙ୍କୁ ଦେବେ ଖାଇବା

ମୁମ୍ବାଇ: କରୋନା ଭାଇରସ ଯୋଗୁଁ ସମସ୍ତ ଫିଲ୍ମ ତାରକା ପ୍ରଭାବିତ ହୋଇଛି। କ୍ରୀଡା ଠାରୁ ଆରମ୍ଭ କରି ବ୍ୟବସାୟ ଏବଂ ମନୋରଞ୍ଜନ ଜଗତର କାମ ବନ୍ଦ କରାଯାଇଛି । ତେବେ ଏଭଳି ପରିସ୍ଥିତିରେ ଅନେକ ସେଲିବ୍ରିଟି ସହଯୋଗର ହାତ ବଢାଇଛନ୍ତି । ବଲିଉଡର ଅନେକ ଷ୍ଟାର ଲୋକଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶାହରୁଖ ଖାନ, ଆମୀର ଖାନ, ରଣଭୀର ସିଂ, ଦୀପିକା ପାଦୁକୋନ, ବରୁଣ ଧାୱନ ଏବଂ ସଲମାନ ଖାନଙ୍କ ଭଳି ତାରକାମାନେ ସାହାଯ୍ୟ କରିସାରିଥିବାବେଳେ ଏବେ ସଞ୍ଜୟ ଦତ୍ତ ଏକ ଘୋଷଣା କରିଛନ୍ତି।

ଅଭିନେତା ସଞ୍ଜୟ ଦତ୍ତ ୧୦୦୦ ଲୋକଙ୍କୁ ଖାଦ୍ୟ ବାଣ୍ଟିବା ପାଇଁ ବ୍ୟବସ୍ଥା କରିଛନ୍ତି । ଯେଉଁମାନେ ଏବେ ରୋଜଗାର କରିପାରୁନାହାନ୍ତି ସଞ୍ଜୟ ଦତ୍ତ ସେମାନଙ୍କୁ ସାହାଯ୍ୟ କରିବାକୁ ଆଗେଇଆସିଛନ୍ତି । ସଞ୍ଜୟ କହିଛନ୍ତି ଯେ, ଏବେ ସମଗ୍ର ଦେଶ ପାଇଁ ଏକ ସଙ୍କଟର ସମୟ । ସମସ୍ତେ ପରସ୍ପରଙ୍କ ସାହାଯ୍ୟ କରିବାରେ ବ୍ୟସ୍ତ ଅଛନ୍ତି ।

https://www.instagram.com/p/B-eY6mHndMb/?utm_source=ig_embed

ସଞ୍ଜୁ କହିଛନ୍ତି ଯେ, ସେ ଯେତିକି କରିପାରିବେ କେବଳ ସେତିକି ଯୋଗଦାନ କରିବାକୁ ଚେଷ୍ଟା କରୁଛନ୍ତି । ସଞ୍ଜୟ ସାବରକର ସେଲଟର ସହିତ ହାତ ମିଳାଇଛନ୍ତି। ବୋରିୱଲୀ ଠାରୁ ବାନ୍ଦ୍ରା ପର୍ଯ୍ୟନ୍ତ ସବୁ ଅଞ୍ଚଳଗୁଡିକୁ ଖାଦ୍ୟ ମିଳୁ ତାହା ଚେଷ୍ଟା କରୁଛନ୍ତି ସଞ୍ଜୟ । ସେ କହିଛନ୍ତି, “ସାବରକର ଆଶ୍ରୟସ୍ଥଳୀ ଏହି ଯୋଜନାର ମେରୁଦଣ୍ଡ । ସେ ବହୁତ ପରିଶ୍ରମ କରିଛନ୍ତି ଏବଂ ଏଥିପାଇଁ ସଞ୍ଜୟ ତାଙ୍କର ବହୁତ ପ୍ରଶଂସା କରିଛନ୍ତି । ସେ ଭାବୁଛନ୍ତି ପରସ୍ପରକୁ ସାହାଯ୍ୟ କରି ଶୀଘ୍ର ପୁରୁଣା ଜୀବନକୁ ଫେରିପାରିବେ” ।

 

 

Latest Posts

Don't Miss