ବିହାରର ଗୟାଠାରେ ପୂର୍ବପୁରୁଷଙ୍କ ପିଣ୍ଡ ଦାନ କରିବା ସହ ମନ୍ତ୍ର ଜପ କଲେ ସଞ୍ଜୟ ଦତ୍ତ
ଗୟା : ଅଭିନେତା ସଞ୍ଜୟ ଦତ୍ତ ତାଙ୍କ ପୂର୍ବପୁରୁଷମାନଙ୍କ ପିଣ୍ଡ ଦାନ ପାଇଁ ବିହାରର ଗୟା ଠାରେ ପହଞ୍ଚିଥିଲେ | ଗୟା ରେ ପିଣ୍ଡ ଦାନକରିବାର ବିଶେଷ ମହତ୍ତ୍ୱ ରହିଛି ବୋଲି ବିଶ୍ୱାସ କରାଯାଏ | ବିଶ୍ୱାସ ଅନୁଯାୟୀ, ବିହାରର ଗୟା ପିତୃପୁରୁଷଙ୍କ ପରିତ୍ରାଣ ପାଇଁ ସର୍ବୋଚ୍ଚ ତୀର୍ଥସ୍ଥାନ ଭାବରେ ପରିଗଣିତ ହୁଏ ଏବଂ ଏଭଳି ପରିସ୍ଥିତିରେ ଏଠାରେ ନିଜ ପିତୃପୁରୁଷଙ୍କ ପିଣ୍ଡ ଦାନଙ୍କୁ ଉତ୍ସର୍ଗ କଲେ ସେହି ବ୍ୟକ୍ତିମାନଙ୍କ ଆତ୍ମା ପରିତ୍ରାଣ ପାଇଥାଏ । ଆମେ ଆପଣଙ୍କୁ କହିରଖୁଛୁ ଯେ ସଞ୍କୟ ଦତ୍ତଙ୍କ ପିତା ସୁନୀଲ ଦତ୍ତଙ୍କ ୨୫ମଇ ୨୦୦୫ ରେ ମୃତ୍ୟୁ ହୋଇଥିବାବେଳେ ମାତା ନର୍ଗିସ୍ ଦତ୍ତଙ୍କର କର୍କଟ ରୋଗ ହେତୁ ୩ ମଇ ୧୯୮୧ ରେ ମୃତ୍ୟୁ ହୋଇଥିଲା । ସବୁଠୁ ଖରାପ ସମୟ ସଞ୍ଜୟ ଦତ୍ତଙ୍କ ପାଇଁ ଥିଲା ମାଙ୍କ ମୃତର ସମୟ କାରଣ ଡେବ୍ୟୁ ଫିଲ୍ମ ‘ରକି’ ତାଙ୍କ ମା’ଙ୍କ ମୃତ୍ୟୁ ପରେ ମୁକ୍ତିଲାଭ କରିଥିଲା । ସୂଚନା ଅନୁସାରେ ସଞ୍ଜୟ ଦତ୍ତ ତାଙ୍କ ପିତା ସୁନୀଲ ଦତ୍ତ ଏବଂ ମାତା ନର୍ଗିସ୍ ଦତ୍ତଙ୍କ ଆତ୍ମାର ଶାନ୍ତି ପାଇଁ ଏକ ସ୍ୱତନ୍ତ୍ର ଚାର୍ଟାର୍ଡ ବିମାନରେ ଗୟାରେ ପହଞ୍ଚିଥିଲେ । କୁହାଯାଉଛି ଯେ ସଞ୍ଜୟ ଦତ୍ତ ଗୟାର ବିଷ୍ଣୁପଦ ନିକଟସ୍ଥ ଫାଲ୍ଗୁ ଘାଟରେ ତାଙ୍କ ପୂର୍ବପୁରୁଷମାନଙ୍କ ପିଣ୍ଡ ଦାନ କରିଥିଲେ |
ସଞ୍ଜୟ ଦତ୍ତ ସମସ୍ତ ନିତି ଏବଂ ନିୟମ ଅନୁସରଣ କରି ପିଣ୍ଡ ଦାନର ସମସ୍ତ କାର୍ଯ୍ୟ କରିଥିଲେ। ଏହି ସମୟରେ ସଞ୍ଜୟ ଦତ୍ତ ପଣ୍ଡିତମାନଙ୍କ ସହିତ ମନ୍ତ୍ରର ପୁନରାବୃତ୍ତି କରୁଥିବା ଦେଖିବାକୁ ମିଳିଥିଲା | ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ପ୍ରାୟ ଦ୫ମିନିଟ୍ ଧରି ଚାଲିଥିଲା | ସୁରକ୍ଷାକୁ ନଜରରେ ରଖି ବିମାନବନ୍ଦରରୁ ବିଷ୍ଣୁପଦ ମନ୍ଦିର ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ତା କଡା କଡି କରାଯାଇଥିଲା । ସଞ୍ଜୟ ଦତ୍ତଙ୍କ ସହ ତାଙ୍କର ଦୁଇ କର୍ମଚାରୀ ମଧ୍ୟ ସେଠାରେ ନଜର ଆସିଥିଲେ। ଏହା ମଧ୍ୟ କୁହାଯାଇଛି ଯେ ସେମାନଙ୍କ ବ୍ୟତୀତ ଅନ୍ୟ କିଛି ପରିବାର ସଦସ୍ୟ ସେଠାରେ ଉପସ୍ଥିତ ଥିଲେ । ସଞ୍ଜୟ ଦତ୍ତଙ୍କ ପାଇଁ ଗୟା ବିମାନବନ୍ଦରରୁ ବିଷ୍ଣୁପଦ୍ ମନ୍ଦିର ପର୍ଯ୍ୟନ୍ତ ସୁରକ୍ଷା ପ୍ରତି ବିଶେଷ ଯତ୍ନ ନିଆଯାଇଥିଲା । ଏହି ପିଣ୍ଡ ଦାନର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଦେଖିବାକୁ ମିଳିଛି।