ପୁଣି ଭୟାନକ ଭିଲେନ୍ ଅବତାରରେ ସଞ୍ଜୟ ଦତ୍ତ

1 min read

ମୁମ୍ବାଇ: ଫିଲ୍ମ କେଜିଏଫ ପରେ ପୁଣି ସଞ୍ଜୁ ବାବା ଓରଫ ସଞ୍ଜୟ ଦତ୍ତଙ୍କୁ ଦେଖିବାକୁ ମିଳିବ । ଏଥର କେଜିଏଫର ଅଧିରାଠୁ ବି ଭୟାନକ ଅବତାରରେ ଦେଖାଦେବେ ସଞ୍ଜୟ । ବଲିଉଡ ନୁହେଁ ଏଥର ପୁଣି ଟଲିଉଡ ଫିଲ୍ମରେ ନଜର ଆସିବେ ଅଭିନେତା ସଞ୍ଜୟ ଦତ୍ତ । ଧୀରେ ଧୀରେ ସଞ୍ଜୟ ଏବେ ସାଉଥ ମୁହାଁ ହେଉଥିଲାବେଳେ ସାଉଥ ସିନେପ୍ରେମୀଙ୍କର ବି ପ୍ରିୟ ଭିଲେନ ସାଜିଛନ୍ତି ସେ ।

ତାମିଲ ସୁପରଷ୍ଟାର ଥଲପତି ବିଜୟଙ୍କ ସହ ଏକ ଫିଲ୍ମରେ ସ୍କ୍ରିନ୍ ଶେଆର କରିବାକୁ ଯାଉଛନ୍ତି ସଞ୍ଜୟ । ଆଗକୁ ଆସୁଛି ଫିଲ୍ମ ଥଲପତି-୬୭  । ଏହି ଫିଲ୍ମରେ ଭିଲେନ୍ ଭୂମିକାରେ ନଜର ଆସିବେ ସଞ୍ଜୟ ଦତ୍ତ । ଏ ନେଇ ସୂଚନା ଦେଇଛନ୍ତି ଫିଲ୍ମ ନିର୍ମାତା ସେଭେନ୍ ସ୍କ୍ରିନ୍ ଷ୍ଟୁଡିଓ । ଏହି ଫିଲ୍ମରେ ଥଲପତି ଲିଡ୍ ରୋଲରେ ଅଛନ୍ତି । ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇସାରିଛି ।