ସଞ୍ଜନା ଫିଲ୍ମ ଫଟୋ ପୋଷ୍ଟ କରି କହିଲେ ଏହି ସିନ୍ ପଛର କାହାଣୀ..

1 min read

ମୁମ୍ବାଇ: ବିଲିଉଡ଼ର ଲୋକପ୍ରିୟ କଳାକାର ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ରିଲିଜ ହୋଇଯାଇଛି । ୨୪ ଜୁଲାଇରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିବା ଏହି ଫିଲ୍ମକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ । ଫିଲ୍ମରେ ସୁଶାନ୍ତଙ୍କ ହିରୋଇନ ଥିଲେ ସଞ୍ଜନା ସାଂଘି । ସଞ୍ଜନା ଏହି ଫିଲ୍ମରେ ବଲିଉଡ଼ରେ ଏଣ୍ଟ୍ରି ମାରିଛନ୍ତି । ତେବେ ଫିଲ୍ମଟି ହଲିଉଡ଼ ଫିଲ୍ମ ‘ଦି ଫଲ୍ଟ ଇନ୍ ଆୱାର ଷ୍ଟାର୍ସ’ର ଅଫିସିଆଲ ହିନ୍ଦି ରିମେକ୍ ।

ଫିଲ୍ମକୁ ନେଇ ନିକଟରେ ସଞ୍ଜନା ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ ଫିଲ୍ମ ‘ଦିଲ ବେଚାରା’ର ସୁଟିଂ ସମୟର କିଛି  ସ୍ମୃତିକୁ ମନେ ପକାଇଛନ୍ତି । ସେ ପୋଷ୍ଟରେ ଦେଇଥିବା ଫଟୋରେ ସୁଶାନ୍ତ, ସଞ୍ଜନାଙ୍କ କାନ୍ଧରେ ଶୋଇଥିବାର ଦେଖିବାକୁ ମିଳିଛି । ସଞ୍ଜନା ଲେଖିଛନ୍ତି ଯେ, ଏହି ଫଟୋ ସକାଳ ପ୍ରାୟ ସାଢେ ୪ଟା ସମୟର । ଯେତେବେଳେ ଆମେ ସମସ୍ତେ ‘ତାରେ ଗିନ୍’ ଗୀତର ସୁଟିଂ କରୁଥିଲୁ ।

ଫିଲ୍ମର ସୁଟିଂ ସମୟରେ ସଞ୍ଜନା ସୁଶାନ୍ତ ସିଂ ରାଜପୁତଙ୍କ ସହ ଭଲ ସମ୍ପର୍କ ତିଆରି କରିଥିଲେ । ସେ ସୁଟିଂ ସମୟକୁ ମନେପାକାଇ କହିଛନ୍ତି ଯେ, ସୁଶାନ୍ତ ଫିଲ୍ମ ସୁଟିଂର ଶେଷ ଦିନରେ ସଞ୍ଜାନାଙ୍କୁ ପ୍ରଂଶସା କରିଥିଲେ ଏବଂ ସେ ଫିଲ୍ମରେ ଭଲ କାମ କରିଛନ୍ତି ବୋଲି ମଧ୍ୟ କହିଥିଲେ ।  ସୁଶାନ୍ତଙ୍କ ମୃତ୍ୟୁ ଏବେ ସଞ୍ଜନା ବିଶ୍ୱାସ କରିପାରୁ ନାହାଁନ୍ତି । ସେ କହିଛନ୍ତି କି ସୁଶାନ୍ତଙ୍କ ମୃତ୍ୟୁ ଗ୍ରହଣ କରିବାକୁ ତାଙ୍କୁ ସମୟ ଲାଗିବ ।

https://www.instagram.com/p/CDIkbCCFnHh/?utm_source=ig_embed

ଆପଣଙ୍କୁ କହି ରଖୁଛୁ ଯେ, ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମୁକେଶ ଛାବଡ଼ା । ନିର୍ଦ୍ଦେଶକ ହିସାବରେ ଏହା ଥିଲା ତାଙ୍କ ପ୍ରଥମ ଫିଲ୍ମ । ଫିଲ୍ମ ରିଲିଜ ହେବା ପରେ ଦର୍ଶକଙ୍କ ଚର୍ଚ୍ଚାର ବିଷୟ ପାଲଟିଛି ସୁଶାନ୍ତଙ୍କ ଏହି ଶେଷ ଫିଲ୍ମ ।

Leave a Reply