ବିମାନ ବନ୍ଦର ପରିସରରେ ଅଳିଆ ସଫା କଲେ ବିଜେଡି କର୍ମୀ ଓ ନେତା

ଭୁବନେଶ୍ୱର: ସେବାର ସାଧକ ନବୀନ ପଟ୍ଟନାୟକଙ୍କୁ ସ୍ବାଗତ ପାଇଁ ଭୁବନେଶ୍ବର ଏୟାର ଫିଲ୍ଡରେ ଦେଖବାକୁ ମିଳିଥିଲା ଜନସମୁଦ୍ର । ହଜାର ହଜାର ବିଜେଡି କର୍ମୀ ଓ ନେତା ଏକତ୍ରିତ ହୋଇ ସୁପ୍ରିମୋଙ୍କୁ ସ୍ବାଗତ କରିଥିଲେ । ଏହି ଏକଜୁଟ ପାଇଁ ବିମାନ ବନ୍ଦର ପରିସରରେ ପଡିଥିଲା ପାଣି ବୋତଲ ଭଳି ବିଭିନ୍ନ ଅଳିଆ । ହେଲେ ଫେରିବା ବେଳେ ପୂରା ପରିସରରୁ ଏହି ଅଳିଆ ସଫା କରିବାକୁ ଅଣ୍ଟା ଭିଡ଼ିଥିଲେ ବିଜେଡି କର୍ମୀ । ହାତରେ ଝାଡୁ ଓ ଜରି ବ୍ୟାଗ ଧରି ସଫେଇ କରିଥିଲେ।

ଓଡିଶା ମୋ ପରିବାର ସହ, ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମୀ ଓ ନେତା ସଫେଇ କାର୍ଯ୍ୟରେ ସାମିଲ ତିଲେ । ନିଜେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଏହି ସଫେଇ କାର୍ଯ୍ୟରେ ଯୋଗଦେଇଥିଲେ । ସ୍ୱଚ୍ଛ ଭାରତ ଅଭିଯାନ ଆଧାରରେ ଏହି ସଫେଇ କାର୍ଯ୍ୟକ୍ରମ ହୋଇଥିଲା । ଅନେକ ସମୟରେ ଦେଖାଯାଇଥାଏ ସଭା ସମିତି ହେବା ପରେ ସେ ସ୍ଥାନ ଅଳିଆ ଆବର୍ଜନାରେ ଭରିଯାଇଥାଏ । ଏହାକୁ ଏଡ଼ାଇବା ସହ ପରିବେଶକୁ ସ୍ୱଚ୍ଛ ରଖିବାର ସନ୍ଦେଶ ଦେଇ ବିଜେଡି ପକ୍ଷରୁ ଏହି ସଫେଇ କାର୍ଯ୍ୟକ୍ରମ ହୋଇଥିଲା ।